ଶ୍ରୀନଗର: ଆତଙ୍କବାଦୀଙ୍କୁ ଭାରତ ମଧ୍ୟରେ ପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନାର ଉଦ୍ୟମକୁ ଭାରତୀୟ ଆର୍ମି କଡା ଜବାବ ଦେଇଛି । କୁପୱାଡା ଅଂଚଳରେ ଏ ନେଇ ସେନା ଖବର ପାଇବା ପରେ ବଡ ଧରଣର କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଏଥିରେ ପାକିସ୍ତାନ ସୀମାର କେତେକ ଫରୱାର୍ଡ ପୋଷ୍ଟ ନଷ୍ଟ ହୋଇଯାଇଛି ।
ସେନା ପକ୍ଷରୁ ଏ ନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ପାକିସ୍ତାନର କେତେଜଣ ସେନା ଏଥିରେ ମୃତୁ୍ୟବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ । ପାକିସ୍ତାନ ପକ୍ଷରୁ ଏବେ କିଛି ଦିନ ଧରି ଭାରତୀୟ ସୀମା ମଧ୍ୟକୁ ଆତଙ୍କବାଦୀଙ୍କୁ ପଠାଇବା ପାଇଁ ଯୋଜନା ଚାଲିଛି ।
Comments are closed.