Latest Odisha News

BREAKING NEWS

ସଫଳତାର ସହ ଶେଷ ହେଲା ‘ବିଜୁ ପଟ୍ଟନାୟକ ମିନି ମାରାଥନ’; ଭାଗନେଲେ ୩୦୦୦ ପ୍ରତିଯୋଗୀ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କ ନିକଟରୁ ଗୁରୁବାର ୭ଟା ସମୟରେ ପତାକା ଦେଖାଇ ଏହି ମାରାଥନର ଶୁଭାରମ୍ଭ କରିଥିଲେ ।

ଆଜି ସଫଳତାର ସହ ସମାପ୍ତ ହୋଇଥିବା ଏହି ‘ବିଜୁ ପଟ୍ଟନାୟକ ମିନି ମାରାଥନ’ରେ ପାଖାପାଖି ୩୦୦୦ ପ୍ରତିଯୋଗୀ ବିଜୁ ପଟ୍ଟନାୟକ ପାର୍କରୁ ବାହାରି ଶିଶୁ ଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ ଛକ ଦେଇ କଳିଙ୍ଗ ଷ୍ଟାଡ଼ିୟମରେ ପହଞ୍ଚିଥିଲେ ।

ଏହି ପ୍ରତିଯୋଗିତାରେ ୧୫ରୁ ୧୮ ବର୍ଷ ବାଳିକା ବାଳକ, ୧୮ ବର୍ଷରୁ ଅଥିକ ପୁରୁଷ ମହିଳା ବର୍ଗ ଏବଂ ୫୦ରୁ ଅଧିକ ଭେଟେରାନ ପୁରୁଷ ଓ ମହିଳା ବର୍ଗରେ ମୋଟ ଛଅଟି ବର୍ଗର ୫ ଜଣ ପ୍ରତିଯୋଗୀଙ୍କୁ ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯାଇଥିଲା ।

ଏହି ପୁରସ୍କାର ବିତରଣ ଉତ୍ସବରେ ମନ୍ତ୍ରୀ ଶ୍ରୀ ବେହେରା ଏବଂ ବିଭାଗୀୟ ଶାସନ ସଚିବ ବିଶାଲ ଦେବ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.