Latest Odisha News

ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଲା: କଂଗ୍ରେସର ହରଦୀପ ସିଂ ଦେଲେ ଇସ୍ତଫା

ଭୋପାଲ: ମଧ୍ୟପ୍ରଦେଶରେ ରାଜନୀତି ଆହୁରି ସରଗରମ ହୋଇଯାଇଛି । ଗୁରୁବାର ନିଖୋଜ ୪ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ହରଦୀପ ସିଂ ଡଂଗ ଇସ୍ତଫା ଦେଇଛନ୍ତି । ସେ ବାଚସ୍ପତିଙ୍କ ନିକଟକୁ ଇସ୍ତଫାପତ୍ର ପଠେଇ ଦେଇଛନ୍ତି । ଫଳରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଚିନ୍ତା ବଢ଼ିଛି । ସେ ଏହା ପୂର୍ବରୁ କଶ୍ମୀରରୁ ୩୭୦ ଧାରା ଉଠାଯିବାକୁ ସମର୍ଥନ କରିଥିଲେ । ଯାହା ଫଳରେ ତାଙ୍କ ଉପରେ କଂଗ୍ରେସର ଚାପ ପଡିଥିଲା । କୃଷକଙ୍କ ଋଣଛାଡ ନୀତିକୁ ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ ।

କଂଗ୍ରେସର ହରଦୀପ, ବିସାହୁଲାଲ ଏବଂ ନିର୍ଦ୍ଧଳୀୟ ରଘୁରାଜ କଂସାନା ଓ ସୁରେନ୍ଦ୍ର ସିଂ ଶେରା ମଧ୍ୟ ନିଖୋଜ ଅଛନ୍ତି । ବିଜେପି ଘୋଡା ବ୍ୟାପର କରି ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରୁଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।

Comments are closed.