Latest Odisha News

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ ରେ ପହଞ୍ଚିଲା…

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଏବେ ଭାରତରେ ମଧ୍ୟ ଦୃତ ଭାବରେ ବ୍ୟାପିବାରେ ଲାଗିଛି ।

ରବିବାର କେରଳରେ ୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ସହ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରେ ଥିଲା । ମାତ୍ର ସୋମବାର ଦିନ ଏହା ବୃଦ୍ଧି ପାଇ ୪୩ ରେ ପହଁଞ୍ଚିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, ସୋମବାର ଦିନ କେରଳରେ ୩ ବର୍ଷୀୟ ଶିଶୁକୁ ଚିହ୍ନଟ କରାଯାଇଛି । ଜମ୍ମୁକାଶ୍ମୀରରେ ଜଣେ ୬୩ ବର୍ଷର ମହିଳା କରୋନା ଅକ୍ରାନ୍ତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏମ୍ସରୁ ମିଳିଥିବା ରିପୋର୍ଟ ଅନୁସାରେ ଦିଲ୍ଲୀରେ ଜଣେ ମହିଳା କରୋନା ଭୁତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି।

Comments are closed.