Latest Odisha News

BREAKING NEWS

ବାଘୁଣୀ ସୁନ୍ଦରୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ଜିଲ୍ଲାର ସାତକୋଶିଆରେ ଛଡାଯାଇଥିବା ବାଘୁଣୀ ସୁନ୍ଦରୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଟିକରପଡା ରେଂଜ ଅନ୍ତର୍ଗତ ହାତିବାରି ଗାଁର କୈଳାଶୀ ନାମକ ଜଣେ ମହିଳା କୌଣସି କାରଣରୁ ଘରୁ ବାହାରକୁ ଯାଇଥିଲେ । କିନ୍ତୁ ସେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ପରିବାର ବର୍ଗ ତାଙ୍କୁ ଖୋଜା ଖୋଜିରେ ଲାଗିପଡିଥିଲେ । ଏହି ସମୟରେ ତାଙ୍କର କ୍ଷତବିକ୍ଷତ ଶରୀର ସାତକୋଶିଆ ଜଙ୍ଗଲ ମଧ୍ୟରେ ପଡିଥିବାର ଦେଖିବାକୁ ମିଳିଥିଲା ।

ଅନ୍ୟପକ୍ଷରେ ତାଙ୍କର ଶରୀରରେ ହୋଇଥିବା ଦାଗଗୁଡିକୁ ଦେଖି ତାଙ୍କୁ ବାଘ ଆକ୍ରମଣ କରିଥିବା ନେଇ ସନ୍ଦେହ ପ୍ରକାଶ ପାଇଥିଲା ।

ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ତେବେ ଏହାପରେ ସାତକୋଶିଆରେ ଲୋକମାନେ ନିଜ ଧନଜୀବନର ସୁରକ୍ଷାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଓ ଏଥିସହିତ ଏହାକୁ ନେଇ ଆନ୍ଦୋଳନ କରିଥିବା ଜଣାପଡିଛି ।

Leave A Reply

Your email address will not be published.