ଗୋଆ: ଇଣ୍ଡିଆନ ସୁପର୍ ଲିଗ୍ ଫାଇନାଲ ରେ ଚେନ୍ନାଇ-ଇନ ଫୁଟବଲ କ୍ଲବକୁ ୩-୧ ଗୋଲ ରେ ହରାଇ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଛି କୋଲକାତାର ଏଟିକେ ଫୁଟବଲ କ୍ଲବ ।
??????? ???????!@ATKFC are the #HeroISL 2019-20 CHAMPIONS ?#HeroISLFinal #LetsFootball #TrueLove pic.twitter.com/GfYxm1Vyzu
— Indian Super League (@IndSuperLeague) March 14, 2020
କରୋନା ଭୁତାଣୁ ସଂକ୍ରମଣ କୁ ଦୃଷ୍ଟିରେ ରଖି ଏହି ଫାଇନାଲ ମ୍ୟାଚ ବିନା ଦର୍ଶକରେ ଫାଙ୍କା ଷ୍ଟାଡିୟମରେ ଖେଳାଯାଇଥିଲା ।
ଶନିବାର ସଂଧ୍ୟାରେ ଗୋଆର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚରେ ଏଟିକେ ପକ୍ଷରୁ ସ୍ପେନ୍ ର ଖେଳାଳୀ ଜାଭିୟର୍ ହର୍ନଣ୍ଡେସ୍ ଦୁଇଟି ଓ ଏଡୁ ଗାର୍ସିଆ ଗୋଟିଏ ଗୋଲ କରିଥିଲେ । ଚେନ୍ନାଇ-ଇନ ଫୁଟବଲ କ୍ଲବ ପାଇଁ ଏକମାତ୍ର ଗୋଲ ନେରିଜସ୍ ଭାଲସ୍କିସ୍ ସ୍କୋର କରିଥିଲେ ।
ଏଥିସହିତ ଇଣ୍ଡିଆନ ସୁପର ଲିଗରେ ତିନିଥର ବିଜେତା ହେବାରେ ଏଟିକେ ପ୍ରଥମ ଦଳ ହୋଇଛି ।
Comments are closed.