Latest Odisha News

BREAKING NEWS

ପ୍ରଶାନ୍ତ କୁମାର ‘ୟେସ୍ ବ୍ୟାଙ୍କ’ର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ

ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ପୂର୍ବତନ କର୍ମଚାରୀ ପ୍ରଶାନ୍ତ କୁମାର କେନ୍ଦ୍ର ସରକାରଙ୍କ ଦ୍ୱାରା ୟେସ୍ ବ୍ୟାଙ୍କର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି ।

ଆସନ୍ତା ବୁଧବାର ଦିନ ୟେସ ବ୍ୟାଙ୍କ ଉପରୁ ସମସ୍ତ କଟକଣା ଉଠିଗଲା ପରେ ଏସବିଆଇର ଏହି ପୂର୍ବତନ ଚିଫ୍ ଫାଇନାନ୍ସିଆଲ ଅଫିସର ତଥା ଡେପୁଟି ମ୍ୟାନେଜିଂ ଡ଼ାଇରେକ୍ଟର ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ ।

ପ୍ରଶାନ୍ତ କୁମାରଙ୍କ ବ୍ୟତୀତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପୂର୍ବତନ ନନ୍‌-ଏକଜିକ୍ୟୁଟିଭ ଚେୟାରମ୍ୟାନ ସୁନୀଲ୍ ମେହେଟ୍ଟା ୟେସ ବ୍ୟାଙ୍କର ନନ୍‌-ଏକଜିକ୍ୟୁଟିଭ ଚେୟାରମ୍ୟାନ ଭାବେ ଦାୟିତ୍ୱ ନେବେ ।

ଏହାବ୍ୟତୀତ, ଅନ୍ୟ ବୋର୍ଡ଼ ମେମ୍ବରମାନଙ୍କ ମଧ୍ୟରେ ମହେଶ କ୍ରିଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡ଼ା ମଧ୍ୟ ନନ୍‌-ଏକଜିକ୍ୟୁଟିଭ ଡାଇରେକ୍ଟର ଭାବେ ନିଯୁକ୍ତ ହୋଇଛନ୍ତି ।

Leave A Reply

Your email address will not be published.