Latest Odisha News

BREAKING NEWS

ଯାଜପୁର ଲକ ଡାଉନ : ଗାଁ ଠୁ ସହର ଅଭୂତପୂର୍ବ ସମର୍ଥନ

ଯାଜପୁର: ସମ୍ଭାବ୍ୟ କରୋନା ଭୁତାଣୁ ର ସଂକ୍ରମଣକୁ ରୋକ ଲଗାଇବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତା କର୍ଫ୍ୟୁ ପାଇଁ ଆହ୍ୱାନ ଦେଇଥିଲେ l ଏହି ଆହ୍ୱାନ କ୍ରମେ ଆଜି ଦେଶବ୍ୟାପୀ ଓ ରାଜ୍ୟରେ ଜନତା କର୍ଫ୍ୟୁ ଜାରି ରହିଛି l

ଏହି କର୍ଫ୍ୟୁକୁ ଯାଜପୁରରେ ଅଦ୍ଭୁତପୂର୍ବ ସମର୍ଥନ ଦେଖିବାକୁ ମିଳିଛି l ଏହାକୁ ବିଭିନ୍ନ ରାଜ୍ୟ ସମର୍ଥନ କରିବା ସହ ଉଚିତ୍ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଆଜି ଯାଜପୁର ରୋଡ ଅଞ୍ଚଳରେ ଏହାକୁ ସାଧାରଣ ଜନତା ସ୍ବତ୍ତପ୍ରବୃତ ଭାବେ ପାଳନ କରିଛନ୍ତି । ଏଠାରେ ସମସ୍ତ ଦୋକାନ ବଜାର ବନ୍ଦ ସହ ଗାଡି ମଟର ଚଳାଚଳ ମଧ୍ୟ ବନ୍ଦ ରହିଛି ।

ଏଠାରେ ଭିନ୍ନ ଏକ ଦୃଶ୍ୟ ପରିଲକ୍ଷିତ ହୋଇଛି । ସ୍ଥାନୀୟ ଗୋପବନ୍ଧୁ ଛକ ଲେବୁଲ କ୍ରସିଂ ଯେଉଁଠାରେ ସଖାଳୁ ଅଧିକ ଗହଳି ହୁଏ ,କାରଣ ପ୍ରତିଦିନ ସେହିଠାରେ ଦିନ ମଜୁରୀଆମାନେ ଏକତ୍ରିତ ହୋଇଥାନ୍ତି । ଆବଶ୍ୟକତା ଅନୁସାରେ ସ୍ଥାନୀୟ ଜନସାଧାରଣଙ୍କ କାମ ପାଇଁ ଯାଇଥାନ୍ତି । ସାଧାରଣତଃ ରବିବାରରେ ମାଛ,ମାଂସ ଦୋକାନରେ ଭିଡ ପରିଲକ୍ଷିତ ହୁଏ , କିନ୍ତୁ ଜନତା କର୍ଫ୍ଯୁ କାରଣରୁ ସେଗୁଡିକ ମଧ୍ୟ ଆଂଶିକ ବନ୍ଦ ପରିଲକ୍ଷିତ ହୋଇଛି । ଏପରିକି ପରିବା ଦୋକାନ ସହ ଦୈନିକ ପରିବା ବଜାର ମଧ୍ୟ ଖାଁ ଖାଁ ଦେଖାଦେଇଛି ।

ଆଜି ସକାଳ ୭ଟାରୁ ସାରା ଯାଜପୁରରେ ଶୁନଶାନ୍ ସ୍ଥିତି ପରିଲକ୍ଷିତ ହୋଇଛି।

ରାତି ୯ ଟା ଯାଏଁ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଦୋକାନ ବଜାର , ଗାଡ଼ି ମୋଟର ସବୁ ଏକ ପ୍ରକାର ବନ୍ଦ ରହିଛି । ସବୁ ବନ୍ଦ ରହିବା ସହ ଜାରି ରହିଛି ଜରୁରୀ ସେବା । ଦରକାର ନ ଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।ଏଥିପାଇଁ ଜିଲ୍ଲାର ଘରୋଇ ବସ୍‌ ଚଳାଚଳ ମଧ୍ୟ ବନ୍ଦ ରହିଛି l

ରବିବାର ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ପକ୍ଷରୁ ବ୍ୟାପକ ସଚେତନତା କରାଯାଇଥିଲା l

ଯାଜପୁର ସହର ଗାନ୍ଧିଛକ, ବଡ଼ବଜାର, ସାନ ବଜାର, ଗାରିଆପୁର, ସିନେମା ହଲ ଛକ, କଲେଜ ଛକ, ମାନସପୋଲ, ଆଙ୍କୁଲା, କିଆଁନାଳୀକୁଳ ଓ ମଙ୍ଗଳପୁର, ରାମବାଗ, ଝୁମ୍ପୁରୀ, ଆଦି ଅଂଚଳରେ ବି ସଂପୂର୍ଣ୍ଣ ଶୂନଶାନ ହୋଇଛି l

ଜନତା କର୍ଫ୍ୟୁକୁ ସହଯୋଗ କରିବା ପାଇଁ ବିଧାୟକ ବାରମ୍ବାର ଯାଜପୁରବାସୀଙ୍କୁ ନିବେଦନ କରିଥିଲେ l ଯାହାର ପ୍ରଭାବ ଆଜି ଯାଜପୁରରେ ଦେଖିବାକୁ ମିଳିଛି।

Leave A Reply

Your email address will not be published.