Latest Odisha News

BREAKING NEWS

ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଦେଶବ୍ୟାପୀ ଜନତା କର୍ଫ୍ୟୁ ପାଳନ କରାଯାଉଛି । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘୋଷଣା କରିଥିବା ଲକ୍‌ଡାଉନ୍ ମଧ୍ୟ ଜାରି ରହିଛି । ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଯଦି କେହି ସରକାରୀ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଜନତା କର୍ଫୁୃ୍ୟ ସତ୍ତ୍ୱେ ଅନେକ ଲୋକେ ବାଇକ ଧରି ସହର ସାରା ବୁଲୁଛନ୍ତି । ସେମାନଙ୍କୁ ପୋଲିସ ବାରଣ କରିଛି, ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସିପି କହିଛନ୍ତି । ଯଦି ନିହାତି ଜରୁରୀ ଅଛି ତାହାଲେ ବାଇକରେ ନଯାଇ ଲୋକେ ଚାଲିକି ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ପରିବାରର ମଧ୍ୟରୁ କେବଳ ଜଣେ ବ୍ୟକ୍ତି ବାହାରକୁ ଯାଇ ଆବଶ୍ୟକୀୟ ସାମଗ୍ରୀ ଆଣନ୍ତୁ । ଘରକୁ ଫେରି ହାତ ଗୋଡ ଭଲଭାବେ ଧୁଅନ୍ତୁ । ପରିବାରଠାରୁ ଦୂରରେ ରହିଥିବା ବ୍ୟକ୍ତି ଘରକୁ ଫେରନ୍ତୁ ନାହିଁ ବୋଲି ସିପି କହିଛନ୍ତି ।

Leave A Reply

Your email address will not be published.