Latest Odisha News

କରୋନା ପାଇଁ ଭାରତୀୟ ରେଲୱେ ବୋର୍ଡର ନିଷ୍ପତ୍ତି; ମାର୍ଚ୍ଚ ୩୧ ଯାଏଁ ଟ୍ରେନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତୀୟ ରେଳବାଇ ବୋର୍ଡ ବଡ ନିଷ୍ପତ୍ତି ନେଇଛି । ଭାରତୀୟ ରେଳବାଇ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ଯାତ୍ରୀ ଟ୍ରେନ ଚଳାଚଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ରେଳବାଇ ବୋର୍ଡ କହିଛି ଯେ, ସମସ୍ତ ଦୂରଯାତ୍ରା କରୁଥିବା ଟ୍ରେନ, ଏକ୍ସପ୍ରେସ ଓ ଇଣ୍ଟରସିଟିର ଚଳାଚଳ ମାର୍ଚ୍ଚ ୩୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ।

ରେଳବାଇ ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଛି ଯେ, ବାତିଲ ଟ୍ରେନ ଗୁଡିକର ତାଲିକାରେ ଥିବା କୋଲକାତା ମେଟ୍ରୋ, କୋଙ୍କଣ ରେଲୱେ, ଉପନଗରୀୟ ଟ୍ରେନ ଚଳାଚଳ କରିବ ନାହିଁ । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଉପନଗରୀୟ ଟ୍ରେନ, କୋଲକାତା ମେଟ୍ରୋ ଟ୍ରେନ ସେବା ଜାରି ରହିବ ।

ମାର୍ଚ୍ଚ ୨୨ ତାରିଖ ଆର୍ଥାତ ଆଜି ୪ଘଣ୍ଟା ପୂର୍ବରୁ ଚଳାଚଳ ଆରମ୍ଭ କରିଥିବା ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳୀକୁ ଯିବେ । ସାରା ଦେଶରେ ଥିବା ମାଲଗାଡି ଗୁଡିକ ଚଳାଚଳ ଜାରି ରଖିବେ ।

ରେଳବାଇ ମନ୍ତ୍ରାଳୟ ଟ୍ୱିଟ କରି କହିଥିଲେ ଯେ, ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ କରୋନା ସଂକ୍ରମିତ ଜଣାପଡିଲେ । ଯଦ୍ୱାରା ଟ୍ରେନରେ ଯାତ୍ରା କରିବା ବିପଦଜନକ ହୋଇପଡିଛି ।

Leave A Reply

Your email address will not be published.