ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ସମସ୍ତ କେନ୍ଦ୍ରରେ ଥିବା ଓପିଡି ସେବାକୁ ସାମୟିକ ଭାବେ ବନ୍ଦ କରାଯିବ ।
ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ମାର୍ଚ୍ଚ ୨୩ତାରିଖରୁ ଓପିଡି ରୋଗୀଙ୍କ ରେଜିଷ୍ଟ୍ରେସନକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିସହିତ ସମସ୍ତ ଅତ୍ୟାବଶ୍ୟକୀୟ ଚୟନ ପ୍ରକ୍ରିୟା ଏବଂ ଅସ୍ତ୍ରୋପଚାରକୁ ସ୍ଥଗିତ ରଖାଯାଇଛି ।
ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭରଭା ରବିବାର କହିଥିଲେ ଯେ ହରିୟାଣାର ଝାଜରରେ ଥିବା ଏମ୍ସ ବିଲ୍ଡିଂ କେବଳ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହେବ।
ସେହିପରି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ପକ୍ଷରୁ ସାର୍ ସୁନ୍ଦରଲାଲ ହସ୍ପିଟାଲର ଓପିଡିକୁ ମାର୍ଚ୍ଚ ୨୩ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଛି।
Comments are closed.