ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୃକ୍ତ ରାଜ୍ୟ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତାର ହାତ ବଢ଼ାନ୍ତୁ ବୋଲି ଚିଠିରେ ନବୀନ ଅପିଲ କରିଛନ୍ତି । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାର ବହନ କରିବ ବୋଲି ନବୀନ କହିଛନ୍ତି । ଏନେଇ ସମ୍ପୃକ୍ତ ଜିଲ୍ଳାର ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ।
କରୋନା ପାଇଁ ସାରା ଦେଶ ୨୧ ଦିନ ପାଇଁ ପୁରା ଲକ ଡାଉନ୍ ରହିଛି । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟରେ ଅନେକ ଓଡ଼ିଆ ଫିସି ରହିଛନ୍ତି । ସେମାନେ ଭିଡିଓ ମେସେଜରେ ବାର୍ତ୍ତା ପଠେଇ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି । ଏଭଳି ପରିସ୍ଥିତିରେ ନବୀନ ସମ୍ପୃକ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ସେମାନଙ୍କ ଉଦ୍ଧାର ପାଇଁ ବାଟ ଫିଟିବ ବୋଲି ଆଶା କରାଯାଉଛି ।
BREAKING NEWS
- ଖଲ୍ଲିକୋଟ ପରେ ପୋଲସରାରେ ଗୁଳିକାଣ୍ଡ, ଯୁବକ ଗୁରୁତର
- ଖଲ୍ଲିକୋଟ ହିଂସାକୁ ନେଇ ୧୪୪ ଲାଗୁ, କାର୍ଯ୍ୟରେ ଅବହେଳା ପାଇଁ ୪ ପୋଲିସ କର୍ମଚାରୀଙ୍କୁ ବଦଳି
- ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ରମାରଞ୍ଜନ ବଳିୟାରସିଂହ
- ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ
- ସମ୍ବିଧାନ ପରିବର୍ତ୍ତନ କରିବା ବ୍ୟକ୍ତି ଆଜି ସମ୍ବିଧାନର ପ୍ରସଙ୍ଗ ଉଠାଉଛନ୍ତି: କଂଗ୍ରେସ ଉପରେ ସୁଦର୍ଶନ ତ୍ରିବେଦୀଙ୍କ ଆକ୍ରମଣ
- ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଉଛନ୍ତି ବାହାର ରାଜ୍ୟର ନେତା: ପାଣ୍ଡିଆନ
- କାର୍ଯ୍ୟରତ ଡାକ୍ତରଙ୍କୁ ନିର୍ଦ୍ଧୂମ ଛେଚିଲେ ରୋଗୀଙ୍କ ସମ୍ପର୍କୀୟ
- ‘କେଜ୍ରିୱାଲ ଭ୍ରଷ୍ଟାଚାର ବୋତଲରେ ମହିଳାଙ୍କ ସମ୍ମାନକୁ ବନ୍ଦ କରି ମଦ ପରଷୁଛନ୍ତି’
- ନାମାଙ୍କନ ଭରିଥିବା ହାସ୍ୟ ଅଭିନେତା ଶ୍ୟାମ ରଙ୍ଗୀଲାଙ୍କ ପ୍ରାର୍ଥିପତ୍ର ଖାରଜ
- ‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’