Latest Odisha News

BREAKING NEWS

କେଉଁ ତାପମାତ୍ରାରେ କରୋନାଭାଇରସ ବ୍ୟାପେ ? ଚୀନ ବୈଜ୍ଞାନିକ କ’ଣ କହନ୍ତି ଜାଣନ୍ତୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମଣିଷ ଏକ ଅଦୃଶ୍ୟ ଶକ୍ତି ଆଗରେ ଅସହାୟ ପଡିଛି । ପ୍ରତିଦିନ ଶହ ଶହ ଲୋକଙ୍କ କରୋନା ଜନିତ ମୃତ୍ୟୁ ହେଉଛି । ସାରା ବିଶ୍ୱରେ ଅନେକ ଗୁଡିଏ ଅନୁସନ୍ଧାନ ସାମନାକୁ ଆସିଛି । କିଛି ବୈଜ୍ଞାନିକ କୁହନ୍ତି, କରୋନାଭାଇରସ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଓ ଆର୍ଦ୍ରତା ଥିବା ପରିବେଶରେ ଅଧିକ ସଂକ୍ରମିତ କରେ । ୧୦ରୁ ୧୨ ଡିଗ୍ରୀ ତାପମାତ୍ରାକୁ କରୋନାଭାଇରସ ବ୍ୟାପିବାର ମୁଖ୍ୟ କାରଣ ବୋଲି ଚୀନର ବୈଜ୍ଞାନିକ କହିଛନ୍ତି । କିନ୍ତୁ କିଛି ବୈଜ୍ଞାନିକଙ୍କ କହିବାନୁସାରେ, ୩୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ କରୋନାଭାଇରସ ନଷ୍ଟ ହୋଇଯାଏ ।

ସାରା ଦୁନିଆ ମହାମାରୀ ସହ ଲଢ଼ିବା ପାଇଁ ପ୍ରତିଷେଧକ ଟିକା ଓ ଔଷଧର ଆଶା ରଖିଛି । ଏହି ସମୟରେ ଗୋଟିଏ ଉପାୟ ବହୁତ ପ୍ରଭାବଶାଳୀ ପାଲଟିଛି । କରୋନାର ମୁକାବିଲା କରିବା ପାଇଁ ଗରମ ପାଣି ଓ ସାବୁନ ବହୁତ ଫଳପ୍ରଦ ସାବ୍ୟସ୍ତ ହୋଇଛି । କେବଳ ଗରମ ପାଣି ଓ ସାବୁନ ଏକ ଘାତକ ଭାଇରସର ବିନାଶର କାରଣ ହୋଇପାରେ ବୋଲି ବୈଜ୍ଞାନିକମାନେ ଚକିତ ହୋଇଯାଇଛନ୍ତି ।

Leave A Reply

Your email address will not be published.