Latest Odisha News

BREAKING NEWS

ତୃତୀୟ କରୋନା ପଜିଟିଭ: ସଂସ୍ପର୍ଶରେ ଆସିଥିବା କର କ୍ଲିନିକର ଡାକ୍ତର ଓ ଷ୍ଟାଫଙ୍କୁ ଏକାନ୍ତବାସ ନିର୍ଦ୍ଦେଶ

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ରାଜ୍ୟର ତୃତୀୟ କରୋନା ପଜିଟିଭ ରୋଗୀ ଭୁବନେଶ୍ୱର କର କ୍ଲିନିକରେ ଚିକିତ୍ସିତ ହୋଇଥିବା ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଏବଂ ତାଙ୍କ ଚିକିତ୍ସାରେ ସଂପୃକ୍ତ ଥିବା ସମସ୍ତ ଡାକ୍ତର ନର୍ସ ଓ ଅନ୍ୟ ଷ୍ଟାଫମାନଙ୍କୁ ଏକାନ୍ତବାସରେ ରଖିବା ପାଇଁ ସବୁ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ରୋଗୀ ଜଣଙ୍କ ଇଣ୍ଡିଗୋ ବିମାନରେ ଗତ ୧୦ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ସେ ମାର୍ଚ୍ଚ ୨୧ରେ କର କ୍ଲିନିକର ବର୍ହି ବିଭାଗ ବା ଓପିଡିକୁ ଆସି ଡାକ୍ତରଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ସେ ମାର୍ଚ୍ଚ ୨୪ତାରିଖରେ କର କ୍ଲିନିକରେ ପୁନର୍ବାର ଭର୍ତ୍ତି ହୋଇଥିଲେ ଏବଂ ଗୋଟିଏ ଦିନ ପାଇଁ ଆଇସିୟୁରେ ରହିଥିଲେ ବୋଲି ବିଭାଗ ସୂଚନା ଦେଇଛି ।

ଏଥି ସହିତ କର କ୍ଲିନିକର ଆଉଟ୍ ପେସେଣ୍ଟ ଓ ଇନ ପେସେଣ୍ଟ ବିଭାଗରେ ଚିକିତ୍ସା ପାଇଁ ନ ଯିବାକୁ ସ୍ୱାସ୍ଥ୍ୟବିଭାଗ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.