Latest Odisha News

BREAKING NEWS

କରୋନା ବିରୋଧୀ ଲଢେଇ, ୫୦ ଲକ୍ଷ ଟଙ୍କା ଦେଲେ କପିଲ ଶର୍ମା !

ମୁମ୍ବାଇ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ୫୦ ଲକ୍ଷ ଟଙ୍କା ଡୋନେଟ୍ କଲେ କମେଡି କିଙ୍ଗ କପିଲ ଶର୍ମା । କରୋନା ବିରୋଧୀ ଲଢେଇରେ କପିଲ ବି ପରୋକ୍ଷ ଭାବେ ସାମିଲ ହୋଇଛନ୍ତି ।

କରୋନାଭାଇରସ୍ ସହ ଲଢୁଛି ସାରା ଭାରତ । ଅନେକ ସେଲିବ୍ରିଟି ଭାରତ ସରକାରଙ୍କୁ ସମର୍ଥନ କରିବା ସହ ଅଳ୍ପ ବହୁତ ସହାୟତା ରାଶି ବି ଦାନ କରୁଛନ୍ତି ।

ପ୍ରଥମେ ଟଲିଉଡ ଷ୍ଟାର ପୱନ କଲ୍ୟାଣ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରେ ଦେଇଥିଲେ ୨ କୋଟି ଟଙ୍କା । ଆଉ ଏହି ତାଲିକାରେ ଏବେ କପିଲ ୫୦ ଲକ୍ଷ ଟଙ୍କାର ସହାୟତା ଦେଇ ସାମିଲ ହୋଇଛନ୍ତି । ଏକ ଟୁଇଟ୍ ଜରିଆରେ ଖୋଦ କପିଲ ସମସ୍ତ ଦେଶବାସୀଙ୍କୁ ଏକଜୁଟ୍ ହୋଇ କରୋନାକୁ ମୁକାବିଲା କରିବାକୁ କହିଛନ୍ତି ।

ତେବେ ଟଙ୍କା ଦାନ ନ କରି ମଧ୍ୟ ବିଏମ୍‌ସି କର୍ମଚାରୀଙ୍କୁ N95 ଓ FFP3 ମାସ୍କ ବାଣ୍ଟି ସହାୟତାର ହାତ ବଢାଇଛନ୍ତି ବଲିଉଡ୍ ଷ୍ଟାର୍ ହ୍ରିତିକ୍ ରୋଶନ୍ ।

Leave A Reply

Your email address will not be published.