Latest Odisha News

BREAKING NEWS

ଆରଏମଆରସି ପରେ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଲା କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା

ଭୁବନେଶ୍ୱର: ଓଡ଼ିଶାରେ ପୂର୍ବରୁ ଆରଏମଆରସିଠାରେ କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା ରହିଥିବା ବେଳେ ଏବେ ପ୍ରଥମ ଘରୋଇ ଲାବୋରେଟୋରୀ ଭାବେ ଆପୋଲୋ ହସ୍ପିଟାଲରେ ମଧ୍ୟ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ ।

ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲର ଲାବୋରେଟୋରୀରେ କୋଭିଡ୍‌-୧୯ ଟେଷ୍ଟିଂ ହୋଇପାରିବ ବୋଲି ଏକ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଆରଏମଆରସିଠାରେ କୋଭିଡ୍‌-୧୯ ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଥିଲା । ତେବେ ଆପୋଲୋ ହସ୍ପିଟାଲ ପ୍ରଥମ ଘରୋଇ ହସ୍ପିଟାଲ ଭାବେ ଏହାର ଲାବୋରେଟାରୀରେ ରୋଗୀମାନଙ୍କର କୋଭିଡ୍ ୧୯ ଟେଷ୍ଟିଂ କରିପାରିବ ବୋଲି ଜଣାପଡ଼ିଛି ।

ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ଦେଶର ୩୫ଟି ଘରୋଇ ହସ୍ପିଟାଲରେ ଏହି ଟେଷ୍ଟିଂ ସୁବିଧା ଉପଲବ୍ଧ ରହିଥିବାର ଘୋଷଣା କରାଯାଇଛି ।

ଓଡ଼ିଶା ସରକାରଙ୍କ ଦ୍ୱାରା ସମ୍ବଲପୁର ଜିଲ୍ଲା ବୁର୍ଲ୍ଲାଠାରେ ଥିବା ବୀର ସୁରେନ୍ଦ୍ର ସାଏ ମେଡ଼ିମାଲ୍ ସାଇନ୍ସ ଓ ରିସର୍ଚ୍ଚ (ଭିମସାର) ଠାରେ ମଧ୍ୟ ବାଇୟୋସେଫଟି ଲେଭଲ୍ ୨ (ବିଏସଏଲ-୨) ପରୀକ୍ଷା ହେବାର ସୁବିଧା ଉପଲବ୍ଧ ଲାଗି କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ଲାବୋରେଟାରୀ ସ୍ଥାପନ ହେବା ନେଇ ଭିମସାରରେ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ସିଧାସଳଖ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ବୋଲି ଭିମସାର ସୁପରିଟେଣ୍ଡେଣ୍ଟ ଜୟଶ୍ରୀ ଦୋରା ସୂଚନା ପ୍ରଦାନ କରିଛନ୍ତି ।

ଏହି ଲାବୋରେଟୋରୀ ଭିମସାରର ମାଇକ୍ରୋବାଇୟୋଲୋଜି ବିଭାଗରେ ସ୍ଥାପିତ ହେବ ବୋଲି ପୂର୍ବରୁ ପ୍ରସ୍ତାବ ରଖାଯାଇଥିଲା ।

Leave A Reply

Your email address will not be published.