Latest Odisha News

BREAKING NEWS

କରୋନା ଭୟ: ଭୁବନେଶ୍ୱରରେ ଘରେ ଗ୍ରୋସରୀ ପହଞ୍ଚାଇବା ପାଇଁ ବିଏମ୍‌ସିର ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଭୟରେ ଲକ୍ ଡାଉନ ଘୋଷଣା ଯୋଗୁଁ ଘରୁ ବାହାରିବା ଏକ ରକମ ବନ୍ଦ । ଗ୍ରୋସରୀ, ପରିବା ଓ ଫଳ ଦୋକାନ ଖୋଲା ରହୁଥିଲେ ସୁଦ୍ଧା ଗ୍ରାହକ ସେଠାରେ ଭିଡ ଜମାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ବିଗ୍ ବଜାର, ରିଲାଏନ୍ସ ଫ୍ରେସ୍‌, ରିଲାଏନ୍ସ ସ୍ମାର୍ଟ, ଭିସାଲ ମେଗା ମାର୍ଟ ଭଳି ୨୮ଟି ପ୍ରମୁଖ ଗ୍ରୋସରୀ ଷ୍ଟୋରକୁ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଘର ପାଖରେ ଜିନିଷ ପହଞ୍ଚାଇବା ପାଇଁ କୁହାଯାଇଥିବା ବିଏମସି ସୂଚନା ଦେଇଛି ।

ଏହି ଷ୍ଟୋରଗୁଡିକର ହ୍ୱାଟସ୍ ଆପ୍ ନମ୍ବର ବିଏମସି ପକ୍ଷରୁ ଦିଆଯାଇଛି । ଏଥି ମଧ୍ୟରୁ ନିକଟତମ ଷ୍ଟୋରର ନମ୍ବରରେ ଆପଣଙ୍କର ସଉଦା ଲିଷ୍ଟ ହ୍ୱାଟସ୍ ଆପ୍ ମେସେଜ କରି ଆବଶ୍ୟକ ଜିନିଷ ଓ ପରିମାଣ ସହିତ ନିଜ ସମ୍ପୂର୍ଣ୍ଣ ଠିକଣା ଦେବେ । କିନ୍ତୁ କଲ କରିବା ପାଇଁ ବାରଣ କରାଯାଇଛି । ସକାଳ ୭ଟାରୁ ରାତି ୧୧ ଯାଏଁ ଏସବୁ ଷ୍ଟୋର ଖୋଲା ରହିବ ।

Leave A Reply

Your email address will not be published.