ରାଶି ଫଳ
ତା ୩୦-୩-୨୦୨୦ ସୋମବାର
ଆଜି ଦିନର ମହତ୍ତ୍ୱ
ଘାତ ଚନ୍ଦ୍ର: ବିଛା ରାଶି ପୁରୁଷଙ୍କର
ଆଜି ବୃହସ୍ପତି ମହାଗ୍ରହ ଉତ୍ତରାଷାଢା ନକ୍ଷତ୍ର ମକର ମକର ରାଶିକୁ ଚଳନ
ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ
ମିଥୁନ:ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବାରୁ ମାନସିକ ଶାନ୍ତି ଫେରି ଆସିବ। ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ କାର୍ଯ୍ୟ ହାସଲ କରାଇବାରେ ସମର୍ଥ ହେବେ। କଳା,ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପୁରସ୍କୃତ ହେବାର ସୈାଭାଗ୍ୟ ଜୁଟିବାର ସମ୍ଭାବନା ରହିଛି। ପଡୋଶୀଙ୍କ ମାଧ୍ୟମରେ ଆନନ୍ଦ ଦାୟକ ଖବର ପାଇ ବିସ୍ମିତ ହୋଇପାରନ୍ତି।
କର୍କଟ: ଦୀର୍ଘ ଦିନର ଅଭିଳଷିତ କାର୍ଯ୍ୟ ସାଧନ ନିମିତ୍ତ ଅନୁକୂଳ ବାତାବରଣ ସୃଷ୍ଟି ହେବାରୁ ଖୁସୀ ହେବେ। ସମସ୍ୟା ସମାଧାନ କ୍ଷେତ୍ରରେ ଅଧୀର ନହୋଇ ମନ୍ଥର ଗତରେ ଆଗକୁ ବଢିବା ଭଲ। ମାନସିକ ଅଶାନ୍ତିକୁ ଦୂରେଇବାରେ ପ୍ରିୟବନ୍ଧୁଙ୍କ ଅବଦାନକୁ ଭୁଲିହେବନି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ଆଲୋଚନା କ୍ଷେତ୍ରରେ ଅନୁକୂଳ ଫଳ ମିଳିବ।
ସି˚ହ: ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଅଭିଳଷିତ କାର୍ଯ୍ୟ ସମ୍ପାଦନ ଦିଗରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକକୁ ଦୂରେଇ ବାରେ ସମର୍ଥ ହେବ। ଦେହ ଭଲ ରହିବ। ଦୀର୍ଘଦିନରୁ ଯାହା ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା: ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ଲାଭ ସଙ୍ଗକୁ ସମସ୍ୟା ସମାଧାନ କରିବା ସକାଶେ ପ୍ରଯନତ୍ କରି ପାରନ୍ତି। ଗୁରୁଜନଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ଠିକ୍ ହେବ, ଯାହାକି ଆପଣଙ୍କ ପାଇଁ ଭଲ ମଧ୍ୟ ହେବ। ଦେହ ଭଲ ରହିବ। ବ୍ୟବସାୟ, ପରିବହନ, ହୋଟେଲ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା: ଅସମର୍ଥିତ ସୂତ୍ରରୁ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟମାନଙ୍କ ପରାମର୍ଶରେ ସାନ୍ତ୍ୱନା ମିଳିବ। ଦୁଃଶ୍ଚିନ୍ତା ଜନିତ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତ କିଛି ଦିନ ହେଲା ଦୋକାନୀ ନିକଟରୁ କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବ।
ବିଛା: ଯେତେ ଚେଷ୍ଟା କଲେ ମଧ୍ୟ ଯୋଜନାଗୁଡିକ ଠିକ୍ ଭାବେ କାର୍ଯ୍ୟକାରୀ ହେବା ସମସ୍ୟାବହୁଳ ହୋଇପାରେ। ଘଟିଯାଇଥିବା ଘଟଣା ଗୁଡ଼ାକ ଅସାଧାରଣ ମନେ ହେବ। ସାମାଜିକ ସ୍ତରରେ। ଜିଦ୍ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରି ପାରନ୍ତି। ଅଭାବ ନ ଥିଲେ ମଧ୍ୟ କେତେକ ଅନିଛାକୃତ କାରଣକୁ ନେଇ ମନ ଭଲ ରହିବ ନାହିଁ।
ଧନୁ: ପୂର୍ବ ବିବାଦକୁ କେନ୍ଦ୍ରକରି ନିଜର ଲୋକ ମାନେ ଦୂରେଇ ଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ। ନିଜର ଦକ୍ଷତା ହେତୁ ସଭାସମିତିରେ ବୁଦ୍ଧିଜୀବୀ ମାନଙ୍କ ଦ୍ୱାରା ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ନୀରବ ରହିବା ଆପଣଙ୍କ ସକାଶେ ଭଲ ହେବ।
ମକର: ଅବହେଳା କାରଣରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡିବ। ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ଲାଭ କରିବେ। ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବନାହିଁ।
କୁମ୍ଭ: ପରୋକ୍ଷଭାବେ ଶତ୍ରୁତା କରୁଥିବା ଅନେକ ଲୋକ ଆପଣଙ୍କ ପଛରେ କିନ୍ତୁ କିଛି ଅସୁବିଧା ହେବନାହିଁ। ତଥାପି କାୈଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ପୋଷଣ କଲେ ଅସୁବିଧାରେ ପଡିବେ। ଆଜିର ଯାତ୍ରା, କଳା, ସାହିତ୍ୟରୁ ପ୍ରଶଂସିତ ହେବେ। ଯାନବାହାନ ଚାଳନାରେ, କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ।
ମୀନ: ଆଶା କରୁଥିବା ବନ୍ଧୁଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଭଟ୍ଟା ପଡିଯାଇଥିବା ବନ୍ଧୁସମ୍ପର୍କ ପୁନଶ୍ଚ ଦୃଢୀଭୂତ ହୋଇପାରିବ। ରୋଗ, ଋଣ ଓ ଶତ୍ରୁତା ବିଷୟରେ ଚିନ୍ତାକରି ମାନସିକ ସ୍ଥିତି ଭଲ ରହିବ ନାହିଁ।
Comments are closed.