Latest Odisha News

BREAKING NEWS

ବଢୁଛି ତାତି: ଅନୁଗୁଳରେ ୪୦° ଛୁଇଁଲା ପାରଦ

ଭୁବନେଶ୍ୱର: ବଢୁଛି ତାତି । ଦେଖୁଦେଖୁ ରାଜ୍ୟରେ ତାପମାତ୍ରା ବଢିବା ଆରମ୍ଭକଲାଣି। ବିଶେଷ କରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ନିୟମିତ ଭାବେ ବଢ଼ିଚାଲିଛି। ଆଗକୁ ଆଗକୁ ତାପମାତ୍ରା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଛି। ଅନୁଗୁଳର ତାପମାତ୍ରା ୩୯.୫ ଡିଗ୍ରି ରହିଥିବା ବେଳେ ନୟାଗଡ଼ରେ ୩୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ୨/୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଲଗାତାର ବଢ଼ି ଚାଲିବ। ଉପକୂଳ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ। କିନ୍ତୁ ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ୩୦ ତାରିଖ ଦିନ ଉପକୂଳ ଓଡ଼ିଶାର ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜ ଓ କେଉଁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ସେହିପରି ୩୧ ତାରିଖ ଦିନ କେନ୍ଦୁଝର, ରାୟଗଡ଼ା, ଗଜପତି, କୋରାପୁଟ ଓ କନ୍ଧମାଳ ଆଦି ଅଞ୍ଜଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଯଦି ଏହି ଧାରାରେ ତାପମାତ୍ରା ବଢିଚାଲେ, ତେବେ ଯେ କୌଣସି ମୁହୂର୍ତରେ ଭାରତର ପାଣିପାଗ ବିଭାଗ ଅଂଶୁଘାତ କଟକଣା ଜାରି କରିପାରନ୍ତି।

Leave A Reply

Your email address will not be published.