Latest Odisha News

BREAKING NEWS

ଏକତରଫା ପ୍ରେମ ହେଲା କାଳ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ଶଟିପାଲ୍ଲୀ ଗ୍ରାମରେ ରବିବାର ଦିନ ଏକ ଅଭାବନୀୟ ଘଟଣା ନଜରକୁ ଆସିଛି । ସେହି ଗ୍ରାମରେ ଜଣେ ଯୁବକ ଏକତରଫା ପ୍ରେମରେ ବିଫଳ ହେବାରୁ ନିଜ ଯୌନାଙ୍ଗ କାଟି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଗ୍ରାମର ଜଣେ ଯୁବତୀ ତାଙ୍କ ପ୍ରେମ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାକୁ ସମ୍ପୃକ୍ତ ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ।

ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବା ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.