ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଭାରତକୁ ୨୧ ଦିନ ଲକଡାଉନ ଘୋଷଣା କରାଯାଇଛି। ତେବେ ଏହି ଲକଡାଉନ ସମୟରେ ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇ ରହିଛନ୍ତି ।
ଏହି ସମୟରେ କିପରି ନିଜକୁ ଫିଟ ରଖିବେ ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଫିଟନେସ ସିକ୍ରେଟ୍ ସେୟାର କରିଛନ୍ତି ।
During yesterday’s #MannKiBaat, someone asked me about my fitness routine during this time. Hence, thought of sharing these Yoga videos. I hope you also begin practising Yoga regularly. https://t.co/Ptzxb7R8dN
— Narendra Modi (@narendramodi) March 30, 2020
ମୋଦୀ ଏହି ଭିଡ଼ିଓ ସେୟାର କରି ଲେଖିଛନ୍ତି, ” ମନକି ବାତରେ ଜଣେ କେହି ମତେପଚାରି ଥିଲେ ଏହି ଲକଡାଉନ ସମୟରେ କିପରି ରହିଛି ମୋର ଫିଟନେସ ରୁଟିନ । ସେଥିପାଇଁ ମୁଁ ଏହି ଭିଡ଼ିଓ ସେୟାର କରୁଛି ଆଶା କରୁଛି ଆପଣ ମାନେ ମଧ୍ୟ ନିୟମିତ ଯୋଗାଭ୍ୟାସ ଚାଲୁ ରଖିବେ” ।
(ଫୋଟୋ ସୌଜନ୍ୟ: ନ୍ୟୁଜମୋବାଇଲ )
Comments are closed.