Latest Odisha News

ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚେତାବନୀ ଉଡାଇଲା ଟ୍ରମ୍ପଙ୍କ ନିଦ: ଆମେରିକାରେ ୧ ଲକ୍ଷ ମୃତ୍ୟୁ ଆଶଙ୍କା

ନ୍ୟୁୟର୍କ: ମାରାତ୍ମକ ଅସ୍ତ୍ରଶସ୍ତ୍ର ଏବଂ ଶକ୍ତିଶାଳୀ ଅର୍ଥନୀତି ଆଧାରରେ ସମଗ୍ର ବିଶ୍ୱକୁ କାବୁରେ ରଖିଥିବା ଆମେରିକା ମଧ୍ୟ କୋଭିଡ -୧୯ ସାମ୍ନାରେ ମୁଣ୍ଡ ନୂଆଁଇଛି । ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ସମସ୍ତ ଉଦ୍ୟମ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନାହିଁ କରୋନା । କ୍ରମାଗତ ଭାବରେ ଏହା ଲୋକଙ୍କ ଜୀବନ ନେବାରର ଲାଗିଛି ।

ବିଶ୍ୱର ସର୍ବାଧିକ କରୋନା ସଂକ୍ରମଣ ଦେଶ ମଧ୍ୟରେ ଆମେରିକା ଏବେ ଆଗରେ ରହିଛି । ଏପର୍ଯ୍ୟନ୍ତ ଏଠାରେ ଏକ ଲକ୍ଷରୁ ଅଧିକ ପଜେଟିଭ ମାମଲା ନିଶ୍ଚିତ ହୋଇଛି।

ଏହି ସଙ୍କଟ ସାମ୍ନାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସହାୟ ମନେ ହେଉଛନ୍ତି। ଏହି ସମୟରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜ ର ନିର୍ଦ୍ଦେଶକଙ୍କ ଆକଳନ ଅନୁଯାୟୀ କରୋନା ଭାଇରସ୍ ଟ୍ରମ୍ପ ସରକାରଙ୍କ ଅବସ୍ଥାକୁ ଆହୁରି ଖରାପ କରି ଦେବ ।

‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକ୍ସନ ଡିଜିଜ’ର ନିର୍ଦ୍ଦେଶକ ଡାକ୍ତର ଆନ୍ଥୋନୀ ଫାଉସି କରିଥିବା ଆକଳନ ଅତ୍ୟନ୍ତ ଭୟଭୀତ ଅଟେ ।

ସେ କହିଛନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ଆମେରିକାରେ ଲକ୍ଷ ଲକ୍ଷ ଲୋକ କୋଭିଡ-୧୯ ରେ ଆକ୍ରାନ୍ତ ହେବେ। ଆମେରିକାରେ ଏହି ଜୀବାଣୁ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟାଇପାରେ। ସୂଚନାଯୋଗ୍ୟ ଯେ ଆମେରିକାର ନ୍ୟୁୟର୍କରେ ଏପର୍ଯ୍ୟନ୍ତ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସହରରେ ହଜାର ହଜାର ସଂକ୍ରମଣ ଘଟିଛି, କିନ୍ତୁ ରାଷ୍ଟ୍ରପତି ଟ୍ରମ୍ପ ଏପର୍ଯ୍ୟନ୍ତ ନ୍ୟୁୟର୍କକୁ କ୍ୱାରେଣ୍ଟାଇନ କରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଯାହା ତାଙ୍କୁ ଆଗକୁ ବହୁତ ଭାରି ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.