Latest Odisha News

ଲକ୍‌-ଡାଉନ୍ ଅପଡେଟ୍‌: ନିଲମ୍ବିତ ହେଲେ ଦୁଇ ଦିଲ୍ଲୀ ଆଇଏଏସ୍ ଅଫିସର !

ନୂଆଦିଲ୍ଲୀ: ରବିବାର ଦୁଇ ବରିଷ୍ଠ ଦିଲ୍ଲୀ ସରକାରୀ ଅଫିସରଙ୍କୁ ନିଲମ୍ବିତ କରିଛି କେନ୍ଦ୍ର ସରକାର । କରୋନା ମହାମାରୀରେ ନିଜ ଦାୟୀତ୍ୱରେ ଅବହେଳା କରିଥିବାରୁ ଅନ୍ୟ ଦୁଇ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ଗୃହ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦୁଇ ଡିଭିଜିନାଲ କମିଶନର ଭାବେ ଅତିରିକ୍ତ ମୁଖ୍ୟ ସଚୀବ ରେଣୁ ଶର୍ମା(ପରିବହନ) ଓ ମୁଖ୍ୟ ସଚୀବ ରାଜୀବ ବର୍ମାଙ୍କୁ(ଫାଇନାନ୍ସ) ତୁରନ୍ତ ନିଲମ୍ବିତ କରାଯାଇଛି ।

ଅନ୍ୟପଟେ ଅତିରିକ୍ତ ମୁଖ୍ୟ ସଚୀବ ସତ୍ୟ ଗୋପାଲ ଓ ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ୍ ଅଜୟ ଅରୋରାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି ।

ରେଣୁ ଶର୍ମା, ରାଜୀବ ବର୍ମା ଓ ସତ୍ୟ ଗୋପାଲ୍ ଆଇଏସ୍ କ୍ୟାଡର୍‌ର ଅଫିସର ଥିବାବେଳେ ଅଜୟ ଅରୋରା ଦିଲ୍ଲୀ ଆଣ୍ଡାମାନ ନିକୋବର ଆଇସ୍‌ଲ୍ୟାଣ୍ଡ ସିଭିଲ୍ ସର୍ଭିସ୍ ଅଧିନରେ କାର୍ଯ୍ୟରତ ଥିଲେ ।

Leave A Reply

Your email address will not be published.