Latest Odisha News

BREAKING NEWS

ଲକଡାଉନ ସତ୍ୱେ ସବୁ ପରିବହନ ଗାଡିକୁ ଯାତାୟାତ ଅନୁମତି

ନୂଆଦିଲ୍ଲୀ: କୋଭିଡ-୧୯ର ମୁକାବିଲା ଲାଗି ଜାରି ରହିଥିବା ଲକଡାଉନ ମଧ୍ୟରେ ଦେଶରେ ଅତ୍ୟାବଶ୍ୟକ ତଥା ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡିକୁ କେନ୍ଦ୍ର ପକ୍ଷରୁ ଯାତାୟାତ ଅନୁମତି ପ୍ରଦାନ କରାଯାଇଛି ।

ଏନେଇ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା । ଏହାବ୍ୟତିତ ପ୍ରିଣ୍ଟ ମିଡିଆ ପାଇଁ ଦିଆଯାଇଥିବା ରିହାତି ଅନୁଯାୟୀ ଖବରକାଗଜ ବିତରଣ ଯୋଗାଣକୁ ମଧ୍ୟ ଅନୁମତି ଦିଆଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ଲକଡାଉନ ସମୟରେ ଦୁଗ୍ଧ ସଂଗ୍ରହ ଏବଂ ବିତରଣ ସହ ଏହାର ପ୍ୟାକିଂ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ପରିବହନ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।

ଏହାବ୍ୟତିତ ହାତ ଧୋଇବା ସାବୁନ୍, ବଡି ୱାସ, ସାମ୍ପୁ, ଚଟାଣ କ୍ଲିନର୍, ଡିଟରଜେଣ୍ଟ ଏବଂ ଟିସୁ ପେପର, ଟୁଥପେଷ୍ଟ ସାନିଟାରୀ ପ୍ୟାଡ, ଡାଏପର, ବ୍ୟାଟେରୀ ସେଲ୍ ଏବଂ ଚାର୍ଜର ଇତ୍ୟାଦିକୁ ଲକଡାଉନ ସମୟରେପରିବହନ ଲାଗି ଅନୁମତି ଦିଆଯାଇଛି ବୋଲି ସେ ଉକ୍ତ ଚିଠିରେ ଲେଖିଛନ୍ତି।

Comments are closed.