ଭୁବନେଶ୍ୱର: ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍ । ଆଜି ପ୍ରଥମ କରି ଲୋକସେବା ଭବନର ନୂଆ କନ୍ଭେନସନ ହଲ୍ରେ ବସିଥିବା ବଜେଟ ଅଧିବେଶନରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହୋଇ ପାରିତ ହୋଇଛି । ଏନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି । ଏଥିସହ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇଛି । ଏଥିସହିତ ୩୮ଟି ବିଭାଗର ଖର୍ଚ୍ଚ ଦାବିକୁ ମଧ୍ୟ ଗିଲୋଟିନ୍ ମାଧ୍ୟମରେ ଅନୁମୋଦନ କରାଯାଇଛି।ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଆଜି ବସିଥିବା ଏହି ବୈଠକରେ ଅଧିକାଂଶ ବିଧାୟକ ମୁହଁରେ ମାସ୍କ ପିନ୍ଧି ଆସିଥିବା ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, କରୋନା ସତର୍କତା ସ୍ୱରୂପ ହଲ୍ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
BREAKING NEWS
- କଟକରେ ପୁଣି ଡେଙ୍ଗୁ ଆତଙ୍କ: ଚିହ୍ନଟ ହେଲେ ୩ ନୂଆ ଆକ୍ରାନ୍ତ, ପ୍ରଶାସନର ବଢ଼ିଲା ଚିନ୍ତା
- ବଲାଙ୍ଗୀରରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍ ଠାବ: ସ୍ୱାମୀ-ସ୍ତ୍ରୀଙ୍କ ସମେତ ୭ ଗିରଫ, ୯ ଯୁବତୀ ଉଦ୍ଧାର
- Reprehensible act of vandalism:୧୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିର ଭଙ୍ଗିଲା ପାକିସ୍ତାନ; ଭାରତ ଦୃଢ଼ ଆପତ୍ତି ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି
- କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !
- କୋଲ୍ଡ ଡ୍ରିଙ୍କସ୍ରେ କାହିଁକି କମ୍ ଥାଏ ଚିନି?ଜାଣନ୍ତୁ ବ୍ରିଟେନ ଓ ଭାରତର କୋଲ୍ଡ ଡ୍ରିଙ୍କସ୍ ମଧ୍ୟରେ ଥିବା ବଡ଼ ଫରକ
- ରୋହିତ, ସାମୀ ଓ ଭୁବନେଶ୍ୱର କାହିଁକି ନେଉନାହାନ୍ତି ଅବସର?
- ଆଗକୁ ପାର୍ବଣ, ବଜାରରେ ଅନିଶ୍ଚିତତା: ଆମେରିକାର ଆର୍ଥିକ ସ୍ଥିତି ବଦଳାଇବ କି ସୁନା ଦର?
- ରିଲାଏନ୍ସର ନୂଆ ଧମାକା: ଲଞ୍ଚ ହେଲା JioPC କ୍ଲାଉଡ୍ ପ୍ଲାନ୍, ପୁରୁଣା କମ୍ପ୍ୟୁଟର ପାଲଟିବ ସୁପରକମ୍ପ୍ୟୁଟର
- Helicopter Misuse Case Against Naveen:ନବୀନ- ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା:ରିଭିଜନ ପିଟିସନକୁ ଖାରଜ କଲେ କୋର୍ଟ
- ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ

Comments are closed.