ଗୋରଖପୁର: ଗୋରଖପୁରରେ କରୋନା ଭାଇରସ ଯୋଗୁଁ ଲକଡାଉନରେ ଥିବା ଲୋକମାନେ ଚାପରେ ରହି କ୍ୟାବିନ ଫିଭରରେ ଆକ୍ରାନ୍ତ ହେଉଛନ୍ତି ।
ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବେଶି ଦିନ ରହିଲେ ମାନସିକ ଚାପ ବଢ଼ିଥାଏ ଫଳରେ ସମ୍ପୃକ୍ତ ବ୍ୟକ୍ତି କ୍ୟାବିନ ଫିଭରରେ ପଡିଥାଏ । ମୁଣ୍ଡ ବିନ୍ଧା, ଚିଡିଚିଡା ଓ ବ୍ୟତିବ୍ୟସ୍ତ ହେବା ଏହାର ଲକ୍ଷଣ ବୋଲି କୁହନ୍ତି ଡାକ୍ତର ।
ଗୋରଖପୁରରେ ଏନେଇ ଡାକ୍ତରଙ୍କ ପାଖକୁ ବାରମ୍ବାର ଫୋନ ଆସୁଛି ।
ତେବେ ଏଥିନେଇ ମନୋଚିକିିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ । ମନୋଚିକିିତ୍ସକଙ୍କ କହିବାନୁଯାୟୀ କ୍ୟାବିନ ଫିଭର ଆକ୍ରାନ୍ତଙ୍କ ସହ ମନୋରଞ୍ଜନ ଶୈଳୀରେ ସମୟ କାଟିବା ଦରକାର ।
ଅନ୍ୟ ବଡ ବଡ ଦେଶରେ ବିଶେଷ କରି ଯୁବପିଢ଼ୀଙ୍କ ଘରେ ରହିବା ଅଭ୍ୟାସ ନଥିବାରୁ ସେମାନେ ଏହାର ଶୀକାର ହୋଇଥାନ୍ତି ।
Comments are closed.