Latest Odisha News

BREAKING NEWS

ଗାଁର ନାଁ ‘କୋରୌନା’; ଜାଣନ୍ତୁ କେଉଁଠି ରହିଛି ଏହି ଗାଁ…

ସୀତାପୁର(ୟୁ.ପି): କରୋନାଭାଇରସ୍ ପାଇଁ ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲା ଏକ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛି । ସୀତାପୁର ଜିଲ୍ଲାରେ ରହିଛି କୋରୌନା ଗାଁ ।

କରୋନା ଏବେ ମହାମାରୀ ପାଲଟିଛି । କରୋନାର ଉଚ୍ଚାରଣ ଓ କୋରୌନା ଗାଁର ଉଚ୍ଚାରଣ କାନକୁ ସମାନ ଭାବେ ଶୁଭିଥାଏ । ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ ଗାଁ ର ନାଁ କରୌନା ଥିବାରୁ ଏଠିକାର ଲୋକେ ଭେଦଭାବର ଶିକାର ହେବା ସହ ଅଘୋଷିତ ବାସନ୍ଦ ହୋଇଛନ୍ତି ।

କରୋନା ଶବ୍ଦ ସହ ସାମଂଜସ୍ୟ ରଖୁଥିବା କୋରୌନା ଗାଁର ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ଏପରିକି ଏହି ଗାଁରୁ ଯଦି କେହି କାହାକୁ ଫୋନ୍ କଲ୍ କରୁଛନ୍ତି । ଲୋକେ କୋରୌନା ନାଁ ଶୁଣିବା ମାତ୍ରେ ଫୋନ୍ ଲାଇନ୍ କାଟିଦେଉଛନ୍ତି ।

ଏହି ଗାଁର ଲୋକଙ୍କୁ ପୋଲିସ ଆଶ୍ୱାସନା ଦେଇଥିଲେ । ହେଲେ କରୋନା ଯୋଗୁଁ କୋରୌନା ଗାଁର ଲୋକଙ୍କ ସହ ମୁହାଁମୁହିଁ ତ ଦୂରର କଥା ଫୋନ୍‌ରେ ବି କଥା ହେବାକୁ ଲୋକେ ଭୟ କରୁଛନ୍ତି ।

ତାଜା ସ୍ଥିତିରେ ଦେଶ ତିନି ସପ୍ତାହ ପାଇଁ ଲକ୍‌-ଡାଉନ୍ ସ୍ଥିତିରେ ରହିଛି । ତେବେ ଆଗାମି ଦିନରେ ଏହି ଗାଁ କେଉଁଭଳି ପରିସ୍ଥିତିର ସାମ୍ନା କରିବ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.