Latest Odisha News

ଶ୍ରମିକଙ୍କ ପାଇଁ କ’ଣ କରିଛ, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଲକ୍ ଡାଉନ୍ ପରେ ସାରା ଦେଶରେ ବିଭିନ୍ନ ସ୍ଥାନରେ ଅଟକ ଅଛନ୍ତି ଲକ୍ଷ ଲକ୍ଷ ଶ୍ରମିକ । ନିଜ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି । ଦିଲ୍ଲୀ ରାଜରାସ୍ତାରେ ପ୍ରବଳ ଭିଡ ହେଉଛି । ଲକ୍ ଡାଉନ୍ ବେଳେ ସେମାନଙ୍କ ପାଇଁ ଖାଇବା ଓ ରହିବା ବ୍ୟବସ୍ଥା ନଥିବାରୁ ଚାଲି ଚାଲି ଘରକୁ ଫେରୁଛନ୍ତି ଶ୍ରମିକ । ଏନେଇ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରକୁ ଷ୍ଟାର୍ଟସ ରିପୋର୍ଟ ତଲବ କରିଛନ୍ତି ।
କଣ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି । ଭିଡିଓ କନଫରେନ୍ସିରେ ମାମଲାର ଶୁଣାଣି କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବଡେ ଓ ଜଷ୍ଟିସ ଏଲ୍‌. ନାଗେଶ୍ୱର ରାୟଙ୍କ ଖଣ୍ଡପୀଠ ।

Leave A Reply

Your email address will not be published.