Latest Odisha News

BREAKING NEWS

ବଢିବ କ୍ୱାରେଣ୍ଟାଇନ ପିରିୟଡ୍ !

ଭୁଟାନ ସରକାରଙ୍କ ନିଷ୍ପତ୍ତି । କରୋନା ଭାଇରସରେ ସଂକ୍ରମିତ ହେଲେ ଆଉ ୧୪ ଦିନ ନୁହେଁ । କ୍ୱାରେଣ୍ଟାଇନରେ ରହିବେ ୨୧ ଦିନ । ଭୁଟାନ୍ ସରକାର ଏହି ଘୋଷଣା କରିଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ । ସେ ଲେଖିଛନ୍ତି, ଆସନ୍ତାକାଲିଠୁ କ୍ୱାରେଣ୍ଟାଇନ୍ ପିରିଡୟକୁ ୨୧ ଦିନକୁ ବୃଦ୍ଧି କରାଯିବ । ପ୍ରତିଷେଧକମୂଳକ ବ୍ୟବସ୍ଥା ପାଇଁ ସେଠାକାର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ବର୍ତ୍ତମାନ ସବୁ ଦେଶରେ ୧୪ ଦିନିଆ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ରହିଛି । କିନ୍ତୁ କିଛି ଲୋକ ଏହାକୁ ମାନୁ ନାହାନ୍ତି । ଆଗକୁ ଭୁଟାନ ସରକାରଙ୍କୁ ଅନ୍ୟ ଦେଶ ବି ଅନୁକରଣ କରି ପାରନ୍ତି ।

Leave A Reply

Your email address will not be published.