Latest Odisha News

BREAKING NEWS

ଲକଡାଉନ ବେଳେ ଲୋକଙ୍କୁ ମାଡ ମାରି ନିଲମ୍ବିତ ହେଲେ ପୋଲିସ ବାବୁ

ବଲାଙ୍ଗୀର: ସୋମବାର ଦିନ ବଲାଙ୍ଗୀର ଜିଲ୍ଲାର ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କ ଉପରେ ଲକଡାଉନ ବେଳେ ଲୋକଙ୍କୁ ମାଡ ମାରିଥିବା ଅଭିଯୋଗ ରହିଛି ।

ମିଳିଥିବା ସୂଚନା ମୁତାବକ, ଟାଉନ ପୋଲିସ ଥାନାର ୨ଜଣ କନେଷ୍ଟବଳ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ କରୋନାଭାଇରସ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା କିଛି ଲୋକଙ୍କୁ ମାଡ ମାରିଥିଲେ ।

ତେବେ ସେହି ଲୋକମାନଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ପରେ ପୋଲିସ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଲାଙ୍ଗୀର ଏସପି ଏମ. ସନ୍ଦୀପ ସମ୍ପଦ ଏହି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ଏବଂ ୨ କନେଷ୍ଟବଳଙ୍କୁ କର୍ତ୍ତବ୍ୟରେ ଅବହେଳା କରିଥିବା ନେଇ ନିଳମ୍ବିତ କରିଛନ୍ତି ।

Leave A Reply

Your email address will not be published.