Latest Odisha News

BREAKING NEWS

କରୋନା ସଚେତନତା ଦିଗରେ କାମ କରୁଛନ୍ତି ବିଜ୍ଞାନ ଶିକ୍ଷକ

ବାରିପଦା : କରୋନା ମହାମାରୀର ମୁକାବିଲା କରିବା ପାଇଁ ଏବେ ସମସ୍ତେ ବ୍ୟଗ୍ର । ଖବର କାଗଜ, ଟିଭି, ମୋବାଇଲ ଫୋନ ଏପରିକି ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ନିକଟକୁ ସଚେତନର ବାର୍ତ୍ତା ପଠାଯାଉଛି ।

ଏତେ ସବୁ ପରେ ବି ଆମ ରାଜ୍ୟରେ ଏପରି କେତେକ ଉପାନ୍ତ ତଥା ଅନୁନ୍ନତ ଅଂଚଳ ଅଛି ଯେଉଁଠି ଲୋକେ ଏ ସବୁରୁ ଦୂରରେ । ଏମିତି ଏକ ସ୍ଥାନ ହେଉଛି ମୟୁରଭଂଜ ଓ ଝାଡଖଣ୍ଡ ସୀମାନ୍ତ ସାରସକଣା ବ୍ଲକର କେତେକ ଅଂଚଳ ।

ପୁଳିଅଣା ବ୍ଲକର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକ ଏ ନେଇ ଅଂଟା ଭିଡିଛନ୍ତି । ବ୍ଲକର ବିଭିନ୍ନ ଆଭ୍ୟନ୍ତରୀଣ ଅଂଚଳକୁ ଯାଇ ଘର ଘର ବୁଲି କରୋନା ସମ୍ପର୍କରେ ସଚେତନ କରୁଛନ୍ତି । ଘରୁ ବାହାରକୁ ନ ବାହାରିବା, ବାରମ୍ବାର ହାତ ଧୋଇବା, ନଈ ପୋଖରୀରେ ନ ଗାଧୋଇବା, ବୟସ୍କ ଓ ପିଲାମାନଙ୍କର ଯତ୍ନ ନେବା ଭଳି ସରକାରଙ୍କ ପରାମର୍ଶକୁ ଗାଁ ଲୋକଙ୍କୁ ବୁଝାଉଛନ୍ତି । ଏଥି ସହିତ ମାସ୍କ ଓ ହ୍ୟାଣ୍ଡ ୱାସ୍ ବାଣ୍ଟୁଛନ୍ତି ।

Leave A Reply

Your email address will not be published.