Latest Odisha News

BREAKING NEWS

କରୋନା ଆତଙ୍କ: ଚତୁର୍ଥଥର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଇନଷ୍ଟାଗ୍ରାମରେ କ’ଣ କହିଲେ କନିକା କପୁର !

ଲକ୍ଷ୍ନୌ: ଚତୁର୍ଥଥର ଲାଗି କରୋନା ଭୂତାଣୁ ଜନିତ ଟେଷ୍ଟିଂ ପଜିଟିଭ୍ ଚିହ୍ନଟ ହେବା ପରେ ଇନଷ୍ଟାଗ୍ରାମରେ ଗାୟିକା କନିକା କପୁର ଭାବବିଭ୍ୱଳ ହୋଇ ଏକ ପୋଷ୍ଟିଂ ଶେୟାର୍ କରିଛନ୍ତି । ସେ ଛଳଛଳ ହୋଇ ଲେଖିଛନ୍ତି ଯେ, ସେ ଏବେ ଘରକୁ ଯାଇ ନିଜ ପରିବାର ଓ ପିଲାମାନଙ୍କୁ ଟିକେ ଦେଖିବାକୁ ଚାହାନ୍ତି ।

ସେ ଆହୁରି ମଧ୍ୟ ପୋଷ୍ଟ କରି କହିଛନ୍ତି ଯେ, “ସବୁବେଳେ ଭଲ କାର୍ଯ୍ୟ କରିବା ଲାଗି ଜୀବନ ଆମକୁ ସବୁବେଳେ ଶିକ୍ଷା ଦେଇଥାଏ, ସେହିପରି ଜୀବନର ମୂଲ୍ୟ ବୁଝିବା ଲାଗି ସମୟ ଆମକୁ ଶିକ୍ଷା ଦିଏ ।”

କନିକା ନିଜ ବେଡ଼ରୁ ଲେଖିଛନ୍ତି ଯେ, “ମୁଁ ସମସ୍ତଙ୍କୁ ଭଲପାଏ । ସମସ୍ତେ ଭଲରେ ଥାଆନ୍ତୁ । ମୋ ଲାଗି ସମସ୍ତେ ଚିନ୍ତିତ ଥିବାରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ମାତ୍ର ମୁଁ ଏବେ ଆଉ ଆଇସିୟୁରେ ନାହିଁ । ମୁଁ ଭାବୁଛି ଆଗାମୀ ଟେଷ୍ଟ ନେଗେଟିଭ୍ ହେବ । ମୁଁ ଭଲ ଅଛି । ମୁଁ ଜଲଦି ଘରକୁ ଯାଇ ମୋ ପିଲାମାନଙ୍କୁ ଓ ପରିବାରକୁ ଭେଟିବାକୁ ଚାହୁଁଛି !”

କନିକା ନିଜର କୋଭିଡ୍ ଡାଇଗ୍ନୋସିସ୍ ସମ୍ପର୍କରେ ପ୍ରଥମେ ନିଜେ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ପ୍ରକାଶ କରିଥିଲେ । ମାତ୍ର ପରେ ସେ ଏହାକୁ ଡିଲିଟ୍ କରିଦେଇଥିଲେ ବୋଲି ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ଖବର ପ୍ରକାଶିତ ହୋଇଛି ।

ଏଥିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କନିକାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ଯେ, “ଏବେ ଆମେ ସମସ୍ତେ ତାଙ୍କର ଟେଷ୍ଟ ରିପୋର୍ଟ ନେଇ ଖୁବ୍ ଚିନ୍ତିତ । ଏପରିକି ଏହି ସମୟରେ ତାଙ୍କର କିପରି ଅଧିକ ଚିକିତ୍ସା ହୋଇ ପାରିବ ସେ ନେଇ ମଧ୍ୟ ଆମେମାନେ ଚିନ୍ତିତ । ସେ ଜଲଦି ଭଲ ହୋଇଯାଆନ୍ତୁ ବୋଲି କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ।”

ତେବେ ଯାହାବିହେଉ ଲକ୍ଷ୍ନୌର ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (ଏସଜିପିଜିଆଇଏମଏସ)ର ଡାକ୍ତରମାନେ କହିଛନ୍ତି ଯେ, କନିକାଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିଛି ।

Comments are closed.