Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି । ସେହିପରି ମୟୁରଭଂଜ ଜିଲ୍ଲା ପ୍ରଶାସନକୁ ଶ୍ରୀ ମହାନ୍ତି ନିଜ ଦରମାରୁ ୫୦ହଜାର ଟଙ୍କା ପ୍ରଦାନ କରିଛନ୍ତି ।

ସାରା ବିଶ୍ୱରେ କୋଭିଡ୍‌-୧୯ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଓଡିଶାରେ କରୋନାଭାଇରସ୍‌କୁ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମୋ ଜୀବନ କାର୍ମ୍ୟକ୍ରମରେ ସାଧାରଣ ଜନତାଙ୍କୁ ଘରେ ରହି କରୋନାକୁ ମୁକାବିଲା କରିବାକୁ ଶପଥ ନେବାକୁ ଆହ୍ୱାନ କରିଛନ୍ତି ।

କରୋନା ବିରୋଧୀ ଲଢେଇରେ ଓଡିଶା କୃଷି ଶିଳ୍ପ ନିଗମର ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.