ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଂଚଳକୁ ଔଷଧପତ୍ର ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଂଚାଇବା ନିମନ୍ତେ କାର୍ଗୋ ବିମାନ ଚଳାଚଳକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟ ସରକାରଙ୍କ ସହ ପରାମର୍ଶକ୍ରମେ ଦେଶର ବିଭିନ୍ନ ଅଂଚଳକୁ କାର୍ଗୋ ବିମାନ ଯୋଗେ ଔଷଧପତ୍ର, ଡାକ୍ତରୀ ଉପକରଣ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ଏହି କାର୍ୟ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଜରୁରୀ ଭିତ୍ତିରେ ଏହି ସବୁ ଜିନିଷ ଯୋଗାଇବା ବ୍ୟବସ୍ଥା କରିବେ ।
ଦେଶର ପୂର୍ବ ଓ ଉତତ୍ତର-ପୂର୍ବାଂଚଳ ରାଜ୍ୟଗୁଡ଼ିକୁ ଏସବୁ ସାମଗ୍ରୀ ଦିଲ୍ଲୀରୁ କୋଲକାତା, ଗୁଆହାଟି, ଦିବ୍ରୁଗଡ଼ ଓ ଅଗରତାଲାକୁ ମାର୍ଚ୍ଚ ୨୯ରୁ ଆଲାଏନ୍ସ ଏୟାର ବିମାନ ଯୋଗେ ପରିବହନ ଆରମ୍ଭ ହୋଇଛି । ଉତ୍ତରାଂଚଳ ପାଇଁ ଭାରତୀୟ ବାୟୁସେନାର ବିମାନ ଦିଲ୍ଲୀରୁ ଚଣ୍ଡିଗଡ଼ ଓ ଲେହକୁ ଆଇସିଏମଆର ଭିଟିଏମ୍ କିଟ୍ସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରିବ ।
ସେହିଭଳି ମୁମ୍ବାଇ-ଦିଲ୍ଲୀ-ହାଇଦ୍ରାବାଦ-ଚେନ୍ନାଇ-ମୁମ୍ବାଇ ଏବଂ ହାଇଦ୍ରାବାଦ-କୋଏମ୍ବାଟୁର ରୁଟରେ ଚଳାଚଳ କରୁଥିବା ବିମାନଗୁଡ଼ିକ ସଂପୃକ୍ତ ଅଂଚଳ ପାଇଁ ଆଇସିଏମ୍ଆର କିଟ୍ସ, ଔଷଧପତ୍ର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆରମ୍ଭ କରିଛନ୍ତି । ଏହାସହିତ ସଂପୃକ୍ତ ବିମାନଗୁଡ଼ିକ ମଧ୍ୟ ଏସବୁ ସାମଗ୍ରୀ ପୁଣେରୁ ଦିଲ୍ଲୀ ତଥା ସିମଳା, ରୁଷିକେଶ, ଲକ୍ଷ୍ନୌ ଓ ଇମ୍ଫାଲରେ ପହଂଚାଇବେ ।
ଚେନ୍ନାଇରେ ମଧ୍ୟ ଆଇସିଏମଆର କିଟ୍ସ ବିମାନ ଯୋଗେ ପହଂଚାଇବା ଆରମ୍ଭ ହୋଇଛି । ହାଇଦ୍ରାବାଦରେ ମଧ୍ୟ ଏହି ସାମଗ୍ରୀ ପହଂଚିଛି । ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀରେ ମଧ୍ୟ ଏହି ସାମଗ୍ରୀ ବିମାନ ଯୋଗେ ପହଂଚିଲାଣି । କେନ୍ଦ୍ର ବୟନ ମନ୍ତ୍ରଣାଳୟ ଦ୍ୱାରା ପଠାଯାଇଥିବା ସାମଗ୍ରୀ ଇତିମଧ୍ୟରେ କୋଏମ୍ବାଟୁରରେ ପହଂଚିଛି ।
ଏହିସବୁ ଜରୁରୀ ସାମଗ୍ରୀ ଗନ୍ତବ୍ୟସ୍ଥଳରେ ଯେପରି ଖୁବଶୀଘ୍ର ପହଂଚିବ ସେଥିପାଇଁ ଗ୍ରାହକ-ଯୋଗାଣକାରୀ ଓ ପରିବହନକାରୀ ମାନେ ଦିନରାତି କାମ କରୁଛନ୍ତି । କରୋନା ସଂକ୍ରମଣର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାର୍ଯ୍ୟ ଚାଲିଛି ।
BREAKING NEWS
- ରୋହିତଙ୍କ ସହ ବିବାଦ ଗୁଜବର ଅନ୍ତ ଘଟାଇଲେ ଶୁଭମନ ଗିଲ
- ଏନ୍ସିଇଆର୍ଟି ବହିରୁ ହଟିଲା ବାବ୍ରି ମସଜିଦ, ଲେଖା ହେଲା ‘ତିନି-ଗମ୍ବୁଜ ଆକାର’
- ବିଜୁଳି ଘଡ଼ଘଡ଼ି ନେଇ ଦକ୍ଷିଣ ଓଡ଼ିଶାକୁ ୟେଲୋ ୱାର୍ଣ୍ଣିଂ ଜାରି
- ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୬ ନିଖୋଜ, ୧୧ ଉଦ୍ଧାର
- ଶ୍ରୀମନ୍ଦିରରେ ଅତ୍ୟନ୍ତ ଭିଡକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପୃଥ୍ବୀରାଜ, କହିଲେ ‘ଛୁଟି ଦିନ ପାଇଁ ଏତେ ଭିଡ ଥିଲା’
- ଦନ୍ତା ଆକ୍ରମଣରେ ମହିଳା ଗୁରୁତର, ଏସସିବିରେ ଭର୍ତ୍ତି
- ଚିନ୍ତାରେ ମୋଦି; ‘ବିଜେପି ବାଚସ୍ପତି ଗାଦି ହାସଲ କଲେ ଭାଙ୍ଗିଯିବ ଏନଡିଏ ମେଣ୍ଟ’
- ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ କନିଷ୍ଠ କିରାଣିଙ୍କ ମୃତଦେହ ଉଦ୍ଧାର
- ବାବୁଲି ବାରିକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଶୃଙ୍ଖଳିତ ରଥଯାତ୍ରା ନେଇ ଆଲୋଚନା