Latest Odisha News

ଲକଡାଉନ: ଡ୍ୟୁଟିରେ ଯୋଗ ଦେବା ପାଇଁ ୪୫୦ କିମି ଚାଲିଲେ କନେଷ୍ଟବଳ

ରାଜଗଡ: ମଧ୍ୟ ପ୍ରଦେଶର ୨୨ ବର୍ଷୀୟ କନେଷ୍ଟବଳ ଡ୍ୟୁଟିରେ ଯୋଗ ଦେବା ପାଇଁ ପାଖାପାଖି ୨୦ ଘଣ୍ଟା ଚାଲିଛନ୍ତି । କନେଷ୍ଟବଳ ଦିଗବିଜୟ ଶର୍ମାଙ୍କ ଘର ଉତ୍ତର ପ୍ରଦେଶରେ ଏବଂ ସେ ପାଖାପାଖି ୪୫୦ କିମି ଚାଲି ଚାଲି ମଧ୍ୟ ପ୍ରଦେଶର ରାଜଗଡରେ ପହଞ୍ଚିଛନ୍ତି । ତାଙ୍କ ବରିଷ୍ଠ ଅଧିକାରୀଙ୍କ ମନା କରିବା ସତ୍ୱେ ସେ ଡ୍ୟୁଟିରେ ଯୋଗ ଦେଇଛନ୍ତି ।

ଦିଗବିଜୟ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି, “ମୁଁ ମୋ ଉଚ୍ଚପଦସ୍ଥ ଅଧିକାରୀ ପାଚୋର ଥାନା ଇନ୍ସପେକ୍ଟରଙ୍କୁ ଫୋନ ଯୋଗେ ସମ୍ପର୍କ କରି ଡ୍ୟୁଟିରେ ଯୋଗ ଦେବା କଥା କହିଲି । ସେ ମତେ ପରିବହନ ବ୍ୟବସ୍ଥା ଉପଲବ୍ଧ ନଥିବାରୁ ଘରେ ରହିବାକୁ ପରାମର୍ଶ ଦେଇଥିଲେ ।”

ମୁଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶାଳୟକୁ ଚିଠି ଲେଖିବାକୁ ଯାଉଛି । ଉକ୍ତ କନେଷ୍ଟବଳଙ୍କୁ ପ୍ରଶଂସା ପତ୍ର ଦେବା ପାଇଁ ଅନୁରୋଧ କରିବି ବୋଲି ରାଜଗଡ ଏସପି ପ୍ରଦୀପ ଶର୍ମା କହିଛନ୍ତି ।

Leave A Reply

Your email address will not be published.