Latest Odisha News

BREAKING NEWS

ପିଏମ୍ କେୟାରସ୍ ଫଣ୍ଡ୍‌କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୫୦୦ କୋଟି ଟଙ୍କାର ସହାୟତା ଘୋଷଣା

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ଲଢେଇରେ ଦେଶକୁ ସହାୟତା କରିବା ଲାଗି ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ କେୟାରସ୍ ଫଣ୍ଡ୍‌କୁ ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଘୋଷଣା କରାଯାଇଛି । ଏହି ୫୦୦ କୋଟି ବ୍ୟତୀତ କଂପାନି ପକ୍ଷରୁ ମହାରାଷ୍ଟ୍ର ଓ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ଅନ୍ୟ ପଦକ୍ଷେପଗୁଡିକ ମଧ୍ୟରେ ପ୍ରମୁଖ ରହିଛି ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ସ୍ଥାପନା, ଆସନ୍ତା ୧୦ ଦିନ ଭିତରେ ସାରା ଦେଶରେ ୫୦ ଲକ୍ଷ ଲୋକଙ୍କୁ ଭୋଜନ ବ୍ୟବସ୍ଥା । ସେହିଭଳି ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ କମ୍ପାନୀ ଦୈନିକ ଏକ ଲକ୍ଷ ମାସ୍କ ଉତ୍ପାଦନ କରିବା ସହିତ ସ୍ୱାସ୍ଥ୍ୟକର୍ମୀ ଏବଂ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ସୁରକ୍ଷା ସୁଟ୍ ବା ପିପିଇ ପ୍ରସ୍ତୁତ କରୁଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏତଦ୍‌ବ୍ୟତୀତ କମ୍ପାନୀ ଜରୁରୀକାଳୀନ ସେବାରେ ନିୟୋଜିତ ଗାଡିଗୁଡ଼ିକ ପାଇଁ ସାରା ଦେଶରେ ମାଗଣା ଇନ୍ଧନ ପ୍ରଦାନ ଘୋଷଣା କରିଥବାବେଳେ ରିଲାଏନ୍ସ ରିଟେଲ ପ୍ରତିଦିନ ଏହାର ଷ୍ଟୋର ଏବଂ ହୋମ ଡେଲିଭରି ମାଧ୍ୟମରେ ନିୟୁତାଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛି ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନି କହିଛନ୍ତି, “ଆମର ବିଶ୍ୱାସ ଅଛି ଯେ ଭାରତ କରୋନା ସଙ୍କଟ ଉପରେ ନିଶ୍ଚୟ ବିଜୟ ହାସଲ କରିବ ଏବଂ କୋଭିଡ-୧୯ ବିରୋଧରେ ଲଢେଇ ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସବୁ କିଛି କରିବାକୁ ପ୍ରସ୍ତୁତ ।” ସେହିଭଳି ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “ଏହା ହେଉଛି ଆମର ଉପେକ୍ଷିତ ଏବଂ ଦିନ ମଜୁରିଆ ବର୍ଗଙ୍କୁ ସହାୟତା କରିବାର ସମୟ । ଆମର ଭୋଜନ ବଂଟନ କାର୍ଯ୍ୟକ୍ରମ ଜରିଆରେ ଆମେ ସାରା ଦେଶରେ ଦୈନିକ ଲକ୍ଷାଧିକ ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ଖୁଆଇବାକୁ ଲକ୍ଷ୍ୟ ରଖିଛୁ” ।

Leave A Reply

Your email address will not be published.