Latest Odisha News

BREAKING NEWS

ଜାଣନ୍ତୁ; ଓଡ଼ିଶା ଲାଗି ଆଜିର କରୋନା ଅପଡ଼େଟ୍‌

ଭୁବନେଶ୍ୱର: କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ଓଡ଼ିଶା ସରକାର ପଠାଇଥିବା ୩୭୦ଟିର ଯାଞ୍ଚ ରିପୋର୍ଟ ସୋମବାର ଦିନ ପାଇଛନ୍ତି । ଏଥିରେ ଥିବା ସମସ୍ତ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି କହିଛନ୍ତି ।

ଏପର୍ଯ୍ୟନ୍ତ ପୂର୍ବ ପରି ସଂକ୍ରମିତ ପଜିଟିଭ୍ ବ୍ୟକ୍ତିଙ୍କ ସଂଖ୍ୟା ୩ରେ ରହିଛି । ପ୍ରଥମ ୨ଟି କେସ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫ । ସେହିପରି ଭାବେ ତୃତୀୟ କେସ୍ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୧୨ । ମାର୍ଚ୍ଚ ୨୬ ତାରିଖରେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନମୂନା ପରୀକ୍ଷା ପଜିଟିଭ୍ ଚିହ୍ନଟ ହୋଇଥିଲା ।

ଏବେ ୭୬ଜଣ କରୋନା ସଂଦିଗ୍ଧ ବ୍ୟକ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ରହି ପୃଥକବାସ ବା ଆଇସୋଲେସନ୍ ୱାର୍ଡ଼ରେ ରହିଛନ୍ତି ।

ଏପର୍ଯ୍ୟନ୍ତ, ଅନଲାଇନ୍ ଏବଂ ସରକାରଙ୍କ କୋଭିଡ୍ ପୋର୍ଟାଲ୍ ମାଧ୍ୟମରେ ୧୦,୨୧୭ ଜଣ ବ୍ୟକ୍ତି ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅନ୍ୟ ରାଜ୍ୟରୁ ୫୯୨୬ ଜଣ ଏବଂ ବିଦେଶରୁ ୪୨୯୧ ଜଣ ବ୍ୟକ୍ତି ଫେରିଛନ୍ତି ବୋଲି ଟ୍ୱିଟ୍ ମାଧ୍ୟମରେ ସରକାର ଜଣାଇଛନ୍ତି ।

Leave A Reply

Your email address will not be published.