Latest Odisha News

BREAKING NEWS

ଲକ୍‌-ଡାଉନ୍: ନିଜ ଗ୍ରାହକଙ୍କ ପାଇଁ ଜିଓ ଆଣିଲା ଏଇ ମାଗଣା ସେବା, ଜାଣନ୍ତୁ

ଭୁବନେଶ୍ୱର: କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ଜାରି ହୋଇଥିବା ଦେଶବ୍ୟାପୀ ଲକ୍ ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବାନେଇ ଘୋଷଣା କରାଯାଇଛି ।

ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ପାଇଁ ପ୍ରତିଯୋଗୀ କମ୍ପାନୀ ମାନଙ୍କ ପକ୍ଷରୁ ଦିଆଯାଉଥିବା ସୁବିଧାଠାରୁ ଏହା ୧୦ ଗୁଣ ଅଧିକ ରହିଛି ।

ଏଥିସହିତ ଏହି ଲକ୍‌ଡାଉନ୍ ସମୟରେ ଦୋକାନଗୁଡିକରେ ରିଚାର୍ଜ କରିବାରେ ସକ୍ଷମ ନହୋଇପାରିବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜିଓ ପକ୍ଷରୁ ପ୍ରିପେଡ୍ ଜିଓଫୋନ୍ ବ୍ୟବହାରକାରୀମାନଙ୍କ ପାଇଁ ପ୍ଲାନ୍ ବୈଧତା ବା ଭାଲିଡିଟି ସରିବା ପରେ ମଧ୍ୟ ଇନ୍‌-କମିଙ୍ଗ୍ କଲ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି ।

କମ୍ପାନୀ ପକ୍ଷରୁ ଏକ ଟୁଇଟ୍‌ରେ ମଧ୍ୟ ଏଥିନେଇ ସୂଚନା ଦିଆଯାଇଛି ।

ସେହିଭଳି ଜିଓର ସର୍ବାଧିକ ସଂଖ୍ୟକ ଗ୍ରାହକ ଅନ୍‌-ଲାଇନ୍ ରିଚାର୍ଜ କରୁଥିବାବେଳେ ବର୍ତ୍ତମାନର ଲକ୍‌-ଡାଉନ୍ ଯୋଗୁଁ ରିଟେଲ୍ ଦୋକାନଗୁଡିକରେ ରିଚାର୍ଜ କରିବାରେ ସମସ୍ୟାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ବିକଳ୍ପ ରିଚାର୍ଜ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ।

ଏହି ବିକଳ୍ପଗୁଡିକ ମଧ୍ୟରେ ରହିଛି ୟୁପିଆଇ ପେମେଣ୍ଟ ଗେଟ୍‌ୱେ, ଏସ୍‌ଏମ୍‌ଏସ୍ ଓ କଲ୍ ମାଧ୍ୟମରେ ରିଚାର୍ଜ ଏବଂ ବିଭିନ୍ନ ବ୍ୟାଙ୍କଗୁଡିକର ଏଟିଏମ୍ ଗୁଡିକ ମାଧ୍ୟମରେ ରିଚାର୍ଜ ।

Leave A Reply

Your email address will not be published.