Latest Odisha News

BREAKING NEWS

ନିଜାମୁଦ୍ଦିନ୍ ମର୍କଜ୍‌ରୁ ଓଡିଶା ଆସିିଥିବା ୧୫ ଜଣଙ୍କ କୋଭିଡ୍‌ ନମୁନା ନେଗେଟିଭ୍‌; ଅନ୍ୟ ୭ ଜଣଙ୍କ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର: ଦିଲ୍ଲୀର ନିଜାମୁଦ୍ଦିନ୍ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରୁ ଓଡିଶା ପହଂଚିଥିବା ୨୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୧୫ ଜଣଙ୍କର କୋଭିଡ୍‌୧୯ ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍ ଆସିଥିବା ଓଡିଶା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନ୍ୟ ସାତ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ ଆସିବା ବାକି ରହିଛି ।

ସୂଚନାଯୋଗ୍ୟ ଯେ, ନିଜାମୁଦ୍ଦିନ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଅନେକ ବ୍ୟକ୍ତି ଦିଲ୍ଲୀରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡିଶା ସମେତ ବିବିନ୍ନ ରାଜ୍ୟରେ ଏହି ସମାବେଶରେ ସାମିଲ ହୋଇଥିବା ଲୋକଙ୍କୁ ଖୋଜିବା ଆରମ୍ଭ ହୋଇଥିଲା ।

ଏହି କ୍ରମରେ ଓଡିଶାରୁ ଠାବ କରାଯାଇଥିବା ସାତ ଜଣ ବିଦେଶୀ ନାଗରିକଙ୍କ ସମେତ ୨୨ ଜଣ ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ବ୍ୟବସ୍ଥାରେ ରଖି ସେମାନଙ୍କ ନମୁନା କୋଭିଡ୍‌୧୯ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଉଲ୍ଲେଖ କରାଯାଇଛି । ନେଗେଟିଭ ରିପୋର୍ଟ ଆସିଥିବା ୧୫ ଜଣଙ୍କ ମଧ୍ୟରୁ ରାଉରକେଲାର ୧୨ ଜଣ, କଟକ, କେନ୍ଦ୍ରାପଡା ଓ ଗଂଜାମର ଜଣେ ଲେଖାଏଁ ବ୍ୟକ୍ତି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.