ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବଶ୍ରେଷ୍ଠ ତଥା ପ୍ରତିଷ୍ଠିତ ଟେନିସ୍ ପ୍ରତିଯୋଗୀତାକୁ ୱିମ୍ବଲଡନ୍କୁ ବାତିଲ କରାଯାଇଛି । ଏଥିପାଇଁ କାରଣ ସାଜିଛି କରୋନା ମହାମାରୀ ।
It is with great regret that the AELTC has today decided that The Championships 2020 will be cancelled due to public health concerns linked to the coronavirus epidemic.
The 134th Championships will instead be staged from 28 June to 11 July 2021.https://t.co/c0QV2ymGAt
— Wimbledon (@Wimbledon) April 1, 2020
ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ମହାମାରୀ । ବିଶ୍ୱର ଅନେକ କ୍ରୀଡା ପ୍ରତିଯୋଗୀତା ସ୍ଥଗିତ ରହିଥିଲାବେଳେ ବାତିଲ ହୋଇଛି ଟେନିସ୍ ପ୍ରତିଯୋଗୀତା ୱିମ୍ବଲଡନ୍ ।
ଲଣ୍ଡନର ଅଲ୍ ଇଂଲଣ୍ଡ କ୍ଲବରେ ଏହି ପ୍ରତିଯୋଗୀତା ୨୯ ଜୁନ୍ ରୁ ଆରମ୍ଭ ହୋଇ୧୨ ଜୁଲାଇ ୧୨ରେ ସରିଥାନ୍ତା । ୟୁରୋ କପ ଫୁଟବଲ୍ ଓ ଟୋକିଓ ଅଲିମ୍ପିକ୍ସ ୧୨ ମାସ ପାଇଁ ସ୍ଥଗିତ ରହିଥିଲାବେଳେ ଫ୍ରେଂଚ ଓପନ୍ ସେପ୍ଟେମ୍ବର ମାସକୁ ଘୁଂଚିଛି ।
Devastated https://t.co/Fg2c1EuTQY pic.twitter.com/cm1wE2VwIp
— Roger Federer (@rogerfederer) April 1, 2020
ଏପରି ସ୍ଥିତିରେ ୱିମ୍ବଲଡନ୍ ବାତିଲ ହେବା ଖବରକୁ ରୋଜର୍ ଫେଡେରେର୍ ଓ ସେରିନା ୱିଲିଅମ୍ସଙ୍କ ଭଳି ଶ୍ରେଷ୍ଠ ଖେଳାଳୀ ଦୁଃଖଦାୟକ ବୋଲି କହିଛନ୍ତି ।
I’m Shooked https://t.co/dS0cNcCdm0
— Serena Williams (@serenawilliams) April 1, 2020
ପୂର୍ବରୁ ଅନେକ ନାମୀଦାମୀ ପ୍ରତିଯୋଗୀତା ସ୍ଥଗିତ କିମ୍ବା ବାତିଲ ହୋଇଥିଲାବେଳେ ୱିମ୍ବିଲଡନ୍ ବାତିଲ ହେବା ଖବର ଅନେକ କ୍ରୀଡାବିତ୍ ତଥା କ୍ରୀଡାପ୍ରେମୀଙ୍କୁ ଦୁଃଖିତ କରିଛି ।