Latest Odisha News

BREAKING NEWS

ପୁଣି ଚର୍ଚ୍ଚାରେ ନିଜାମୁଦ୍ଦିନ ମର୍କଜ; ପ୍ରଥମେ କରୋନାକୁ ନିମନ୍ତ୍ରଣ ଏବେ ଆତ୍ମହତ୍ୟା ଉଦ୍ୟମ !

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମର୍କଜ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣେ ବ୍ୟକ୍ତି ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଛି । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେହି ବ୍ୟକ୍ତି ଷଷ୍ଠ ମହଲାରୁ ଡେଇଁବାକୁ ଚେଷ୍ଟା କରିଥିଲା ।

ସଂପୃକ୍ତ ବ୍ୟକ୍ତି ହସ୍ପିଟାଲ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ହୋଇଥିଲା । ନ୍ୟୁଜ ଏଜେନ୍ସି ଏଏନଆଇ ଘଟଣା ସମୟର ଭିଡିଓକୁ ଟୁଇଟ୍ ଜରିଆରେ ଶେୟାର କରିଛି ।

ଏଏନଆଇ ରିପୋର୍ଟ ଅନୁଯାୟୀ ମର୍କଜ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କୁ ହସ୍ପିଟାଲର ଷଷ୍ଠ ମହଲାରେ ଆଡମିଟ୍ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରିଥିଲା । ହେଲେ ସ୍ୱାସ୍ଥ୍ୟକର୍ମୀ ଏହି ଅଘଟଣକୁ ଏଡାଇଦେଇଥିଲେ । ଆଗକୁ ଯେପରି ଏମିତି କିଛି ନ ହେବ ସେଥିପାଇଁ ଆମେ ବିଶେଷ ଧ୍ୟାନ ଦେବୁ ବୋଲି କହିଛନ୍ତି ହସ୍ପିଟାଲ ଅଧିକାରୀ ।

ମର୍କଜ ନିଜାମୁଦ୍ଦିନରୁ ସର୍ବମୋଟ୍ ୨୩୬୧ ଜଣଙ୍କୁ କୋଭିଡ-୧୯ ପରୀକ୍ଷଣ ପାଇଁ ପଠାଯାଇଥିଲା । ବୁଧବାର ଦିନ ସେହି ବିଲ୍ଡିଂକୁ ସାନିଟାଇଜ୍ କରାଯାଇଛି ।

Leave A Reply

Your email address will not be published.