Latest Odisha News

BREAKING NEWS

କରୋନା ସଂକ୍ରମଣ: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ

ଭୁବନେଶ୍ୱର: ଓଡିଶାରେ ପଞ୍ଚମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭୁବନେଶ୍ୱରର ସୂର୍ଯ୍ୟନଗର ଅଞ୍ଚଳର ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି କରୋନା ପଜିଟିଭ୍ ଥିବା ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡିଛି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବୁଧବାର ପରୀକ୍ଷା କରାଯାଇଥିବା ୨୯୦ ନମୁନା ମଧ୍ୟରୁ ଏହି ଜଣଙ୍କର ନମୁନା ପଜିଟିଭ୍ ଆସିଥିବା ଜଣାପଡିଛି ।

ଏହା ପୂର୍ବରୁ ଓଡିଶାରେ ଭୁବନେଶ୍ୱରର ତିନିଜଣ ଓ ଭଦ୍ରକର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦ୍ୱିତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ୨୦ ବର୍ଷୀୟ ଛାତ୍ର ଆଜି ସମ୍ପୂର୍ଣ୍ଣ ସୁସ୍ଥହୋଇ ଡିସ୍‌ଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.