Latest Odisha News

ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ମେଡିକାଲରୁ ଡିସଚାର୍ଜ

ଭୁବନେଶ୍ୱର: ମାରାତ୍ମକ କରୋନାଭାଇରସ ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଯାହା ରାଜ୍ୟବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ପ୍ରଦାନ କରିଛି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନାନୁଯାୟୀ, ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ କାପିଟାଲ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ନେଗେଟିଭ ବାହରିଛି । ତାଙ୍କ ରିପୋର୍ଟ ନେଗେଟିଭ ବାହାରିବାରୁ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରିଦିଆଯାଇଛି ।

ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ପ୍ରଦାନ କରିଛନ୍ତି।

ଏହାଛଡା ବର୍ତ୍ତମାନ ରାଜ୍ୟରେ ୫ଜଣ କରୋନା ରୋଗୀଙ୍କ ମଧ୍ୟରୁ ମାତ୍ର ୩ ଜଣ ରହିଛନ୍ତି । ପୂର୍ବରୁ ଏପ୍ରିଲ୍ ୧ ତାରିଖରେ ଓଡିଶାର ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା ।

Leave A Reply

Your email address will not be published.