Latest Odisha News

BREAKING NEWS

ତିନି ମାସ ଯାଏଁ ଘର ଭଡା ଛାଡ କିମ୍ବା ସ୍ଥଗିତ ରଖିବା ପାଇଁ ଘରମାଲିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: କରୋନା ମହାମାରୀର ସାରା ଦେଶ ମୁକାବିଲା କରୁଛି । ଲକ୍ ଡାଉନ ଯୋଗୁଁ ଲୋକେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ରାଜ୍ୟରେ ଘରମାଲିକମାନଙ୍କୁ ଗରିବ ଭଡାଟିଆଙ୍କୁ ତିନିମାସର ଘରଭଡା ଛାଡ କିମ୍ବା ଅନ୍ତତଃ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ବର୍ତ୍ତମାନର ସଂକଟ ସମୟରେ ଯଦି କେହି ଭଡାଟିଆ ଘରଭଡା ଦେବାରେ ଅସମର୍ଥ ହେଉଛନ୍ତି ତେବେ ତାଙ୍କୁ ଘର ଛାଡିବା ପାଇଁ କୁହନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରି କହିଛନ୍ତି । ମାନବିକତା ଦୃଷ୍ଟିରୁ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.