Latest Odisha News

ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ଜିଲ୍ଲା ସଟଡାଉନ୍

ଗଞ୍ଜାମ: ଭୁବନେଶ୍ୱର, ଭଦ୍ରକ ପରେ ଗଂଜାମ ଜିଲ୍ଲାରେ ମଧ୍ୟ ଲାଗୁ ହୋଇଛି ସଟଡାଉନ୍ । ଦିନ ୧୨ଟାରୁ ପର ଦିନ ସକାଳ ୭ଟା ଯାଏଁ ସଟଡାଉନ୍ ଘୋଷଣା କରିଛନ୍ତି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ତେବେ କେତେ ଦିନ ଏହି ସଟଡାଉନ୍ ରହିବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗଂଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ଆଜି ଠାରୁ ଏହି ସଟଡାଉନ୍ ଲାଗୁ କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ରାସ୍ତାରେ ଗୋଟିଏ ବି ବାଇକ ଗାଡିବ ନାହିଁ । ଯଦି କେହି ଏହି ନିର୍ଦ୍ଦେଶକୁ ଖିଲାପ କରନ୍ତି ତେବେ ତାଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ଯିବାକୁ ପଡିବ । ସଟଡାଉନ୍ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିିବ । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧି ବାହାରିବାକୁ କୁହାଯାଇଛି । ଏଥିସହ ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଉଭୟ ପରିବା ଓ ରାସନ ସାମଗ୍ରୀ ଶତ ପ୍ରତିଶତ ଡୋର ଟୁ ଡୋର ଡେଲିଭରି ହେବ । ସେହିପରି ଯିଏ ବି କୌଣସି ଅତ୍ୟାବଶ୍ୟକ ସାମଗ୍ରୀ କିଣିବେ ସେମାନେ ଚାଲି ଚାଲି ଯାଇ କିଣିବେ । ସବୁ ମେଡ଼ିସିନ ଷ୍ଟୋର ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି । ୧୦୦ ମିଟରରେ ଗୋଟିଏ ମେଡ଼ିସିନ ଦୋକାନ ଖୋଲାରହିବ । ମେଡିକାଲ ଓପିଡ଼ି ବନ୍ଦ ରଖାଯାଇଥିବାବେଳେ ଯାହାକୁ ଡାକ୍ତରୀ ପରାମର୍ଶ ଆବଶ୍ୟକ ସେମାନେ ପ୍ରଶାସନ ପକ୍ଷରୁ ଜାରି ଟେଲିଫୋନ ନମ୍ବରରୁ ଡାକ୍ତରୀ ସହାୟତା ପାଇପାରିବେ ।

Comments are closed.