Latest Odisha News

BREAKING NEWS

ଲକ୍‌ଡାଉନ୍‌ର ସଫଳତା ଲାଗି ନିଆରା ଢଙ୍ଗରେ ନିବେଦନ କଲେ ଝାରସୁଗୁୁଡ଼ା ପୋଲିସ୍‌

ଝାରସୁଗୁଡ଼ା: ସମଗ୍ର ଭାରତ ଏବେ କରୋନା ଲଢେଇରେ ସାମିଲ୍ ହୋଇଛି । ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ସରକାରଙ୍କ ସମେତ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ଲାଗି ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଜାରି ହୋଇଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଲକ୍‌ଡାଉନକୁ ସଫଳ କରିବା ଲାଗି ଜନସାଧାରଙ୍କୁ ବିଭିନ୍ନ ଉପାୟରେ ବୁଝାଇବାରେ ଲାଗିଛନ୍ତି ।

ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୦ରେ ପହଞ୍ଚିଥିବା ବେଳେ ଏହି ସଂକ୍ରମଣକୁ ରୋକିବା ଲାଗି ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରିବା ନେଇ ଝାରସୁଗୁଡ଼ା ପୋଲିସ ତତ୍ପର ହୋଇ ଉଠିଛି ।

ଜନସାଧାରଣଙ୍କୁ ଅନେକ ପ୍ରକାର ସଚେତନ କଲେ ମଧ୍ୟ କିଛି ବ୍ୟକ୍ତି ବଜାରକୁ ଆସୁଛନ୍ତି । ତେବେ ଝାରସୁଗୁଡା ପୋଲିସ ପକ୍ଷରୁ ଅଭିନବ ଢଙ୍ଗରେ ଲୋକଙ୍କୁ ସଚେତନ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ରାସ୍ତା ଉପରେ ପୋଲିସ ଅଫିସରଙ୍କ ଠାରୁ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ଲାକାର୍ଡ଼ ଧରି ଲୋକମାନଙ୍କୁ ଲକ୍‌ଡ଼ାଉନ ସମ୍ପର୍କରେ ସଚେତନତା ଆଣୁଛନ୍ତି ।

ଝାରସୁଗୁଡ଼ାର ଜନଗହଳି ସ୍ଥାନମାନଙ୍କରେ ପୋଲିସ କର୍ମଚାରୀମାନେ ହାତଯୋଡ଼ି ଜନସାଧାରଣଙ୍କୁ ଘରୁ ନବାହାରିବାକୁ ନିବେଦନ କରିଥିବା ଦେଖାଯାଇଛି । ଏପରିକି କିଛି ସ୍ଥାନମାନଙ୍କରେ ପୋଲିସ ପ୍ରଶାସନ ନିରାଶ୍ରୟ, ଭିକାରୀ ଏବଂ ରାସ୍ତାକଡ଼ର ସାହାରା ନେଉଥିବା ପାଗଳ ଲୋକମାନଙ୍କୁ ଭୋଜନ ଯୋଗାଇ ଦିଆଯାଉଛି ।

ଝାରସୁଗୁଡ଼ା ପୋଲିସର ଏପରି ଜନହିତକର କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି । କେବଳ ଝାରସୁଗୁଡ଼ା ପୋଲିସ ଏକୁଟିଆ ନୁହେଁ ବରଂ ଓଡ଼ିଶା ପୋଲିସର ବିଭିନ୍ନ ଜିଲ୍ଲା ପୋଲିସ ମଧ୍ୟ ଏହି ଲକ୍‌ଡ଼ାଉନ ସମୟରେ ନିଜର କର୍ତ୍ତବ୍ୟକୁ ସୂଚାରୁରୂପେ ପାଳନ କରିବା ସହିତ ଜନହିତକର କାର୍ଯ୍ୟ ମଧ୍ୟ କରିବାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

Leave A Reply

Your email address will not be published.