ଭୁବନେଶ୍ୱର: ସଟଡାଉନକୁ ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଜି ରାତି ୮ଟାରେ ଭୁବନେଶ୍ୱର, କଟକ ଏବଂ ଭଦ୍ରକରେ ଲାଗୁ ହୋଇଥିବା ସଟଡାଉନ୍ ଶେଷ ହେବ । ଆଉ ବଢିବନି ସଟଡାଉନ୍ ଅବଧି । ରାତି ୮ଟା ପରେ ବଜାର ଖୋଲା ରହିବ । ତେବେ ମାର୍କେଟ୍କୁ ଯାଇ ଅଯଥା ଭିଡ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି । ବଜାରରେ ସବୁ ଅତ୍ୟାବଶ୍ୟକ ଜିନିଷ ମହଜୁଦ ରହିଛି । ତେଣୁ ହଠାତ୍ ସବୁ କିଣାକିଣି କରନ୍ତୁ ନାହି ାଁ ଅଳ୍ପ ଲୋକଙ୍କ ପାଇଁ ସମସ୍ତେ ହଇରାଣରେ ନପଡନ୍ତୁ । ବଜାରକୁ ଗଲେ ସାମାଜିକ ଦୂରତା ରଖିବାକୁ ପଡିବ । ନଚେତ୍ ସ୍ଥିତି ଭୟାବହ ହୋଇପାରେ । ଏହି ଦୁଇ ଦିନର ସଟଡାଉନ୍ ଫଳରେ ସଫଳତା ମିଳିଛି । ଏହାକୁ ବିଫଳ କରନ୍ତୁ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ପରିବା ଆଣିବାକୁ ଯାଇ ଘରକୁ କରୋନା ଆଣନ୍ତୁ ନାହିଁ । ଆପଣ ଘରକୁ କରୋନା ଆଣିଲେ ଘରେ ଥିବା ଛୋଟ ପିଲା ଏବଂ ବୃଦ୍ଧ ଏଥିରେ ସଂକ୍ରମିତ ହୋଇପାରନ୍ତି । ତେଣୁ ସତର୍କ ରୁହନ୍ତୁ । ରାଜ୍ୟବାସୀ ସହଯୋଗ କଲେ ସରକାରଙ୍କ ଏହି ଅଭିଯାନ ସଫଳ ହେବ । ନଚେତ୍ ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି ।
BREAKING NEWS
- Odisha Parab 2026: ଓଡ଼ିଶା ପରବ ୨୦୨୬ ଉଦ୍ଘାଟିତ; ଆସାମରେ ଓଡ଼ିଶାର ସାଂସ୍କୃତିକ ଓ ପର୍ଯ୍ୟଟନ ବୈଭବ ପ୍ରଦର୍ଶିତ
- ଆନ୍ତର୍ଜାତୀୟ ସ୍ତରରେ ସଫଳତା ପାଇଁ ଓଡ଼ିଶାର କ୍ରୀଡ଼ାବିତ୍ଙ୍କୁ ସମ୍ମାନିତ କଲେ କ୍ରୀଡ଼ା ମନ୍ତ୍ରୀ
- ଝିଅ ବେକରେ ଛୁରୀ ଲଗେଇ କାଉନସିଲରଙ୍କ ଘରୁ ଲୁଟ୍
- ଦର୍ଶକଙ୍କ ଉଡ଼ାଇବ ହୋସ୍ ଓଡ଼ିଆ ହରର ଥ୍ରୀଲର ଫିଲ୍ମ ‘ମିଡ୍ ନାଇଟ’; ଏହି ଦିନ ପରଦାକୁ ଆସିବ
- ବିଶ୍ୱ ବ୍ୟାଙ୍କ ଠାରୁ ଋଣ କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର: ବିଜେଡି
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
Comments are closed.