ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାକୁ ନେଇ ଦେଶରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ସଂକ୍ରମିତଙ୍କୁ ଚିହ୍ନଟ କରିବାରେ ଅଧିକ ସମୟ ଲାଗୁଛି । ତେବେ ଏପରି ସ୍ଥଳେ ବୈଜ୍ଞାନିକଙ୍କୁ ଏକ ବଡ ସଫଳତା ମିଳିଛି । କରୋନା ଭାଇରସ ମୁକାବିଲା ଲାଗି ଶୀଘ୍ର ସ୍କ୍ରିନିଂ ପାଇଁ ଏକ ନୂଆ ପେପର୍ କିଟ୍ ପ୍ରସ୍ତୁତ କରିଛନ୍ତି ବୈଜ୍ଞାନିକ ।
ଏହି ପେପର କିଟ୍କୁ ବ୍ୟବହାର କରି ଖୁବ୍ କମ୍ ସମୟରେ କରେନା ପଜିଟିଭଙ୍କୁ ଚିହ୍ନଟ କରାଯାଇ ପାରିବ । କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ଉଝଓଜ) ସହ ଜଡିତ ଥିବା ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଏମ୍ବେଡେଡ୍ ବାୟୋଲୋଜି (ଓଏଓଈ)ର ବୈଜ୍ଞାନିକମାନଙ୍କ ଦ୍ୱାରା ଏକ ପେପର-ଷ୍ଟ୍ରିପ୍ ପରୀକ୍ଷା କିଟ୍ ପ୍ରସ୍ତୁତ କରାଯାଇଛି । ଏହା ସାହାଯ୍ୟରେ କମ୍ ସମୟରେ ସଂକ୍ରମଣ ଚିହ୍ନଟ କରାଯାଇପାରିବ ।
ସଂକ୍ରମିତ ବ୍ୟକ୍ତିଠାରେ କରୋନାର ଜିନୋମିକ୍ ଅନୁକ୍ରମର ଚିହ୍ନଟ ପାଇଁ ପେପର-କିଟ୍ ରେ ଜିନ୍-ଏଡିଟିଂର ଅତ୍ୟାଧୁନିକ କୌଶଳ କ୍ରିସ୍ପର-କ୍ୟାସ୍-୯ ବ୍ୟବହୃତ ହୋଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏହି କିଟ୍ ଦ୍ୱାରା ମାତ୍ର ୫୦୦ଟଙ୍କାରେ କରୋନା ପଜିଟିଭ୍ ପରୀକ୍ଷା କରାଯାଇ ପାରିବ । ତେବେ ବଜାରକୁ ଏହି କିଟ୍ ଆସିବାକୁ କିଛି ସମୟ ଲାଗିବ । ପରୀକ୍ଷଣ ଶେଷ ହେବା ପରେ ଏହାର ଉପଯୋଗ ପରୀକ୍ଷା ପାଇଁ କରାଯାଇପାରିବ ।
BREAKING NEWS
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC
- ଟାଟା ଷ୍ଟିଲ ଫ୍ରେଣ୍ଡସିପ୍ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ: ମିଡିଆ 11 ଟିମ୍ ଚମ୍ପିୟାନ

Comments are closed.