Latest Odisha News

BREAKING NEWS

ଲକଡାଉନର ପ୍ରଭାବ; ପୁରୀ-କୋଣାର୍କ ରାମଚଣ୍ଡୀ ରାସ୍ତା ଖାଁ ଖାଁ

ଭୁବନେଶ୍ୱର: ମାରାତ୍ମକ କରୋନାଭାଇରସର ମୁକାବିଲା କରିବା ଲାଗି ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ ଜାରି କରାଯାଇଛି ।

ଯାହାଫଳରେ ଜନସାଧାରଣମାନେ ବାହାରକୁ ନବାହାରି ଘର ମଧ୍ୟରେ ବନ୍ଦ ହୋଇ ରହୁଛନ୍ତି । ଏବେ ଚାରିଆରେ ପୋଲିସ ବାବୁଙ୍କ ପହରା ଦେଖିବାକୁ ମିଳୁଥିବା ବେଳେ ରାସ୍ତାଘାଟ ଏକପ୍ରକାର ଜନଶୂନ୍ୟ ହୋଇପଡିଛି ।

ସେହିପରି ପୁରୀ-କୋଣାର୍କର ରାମଚଣ୍ଡୀ ରାସ୍ତାରେ ମଧ୍ୟ କାହାର ଦେଖାମିଳୁ ନାହିଁ । ଫଳରେ ସବୁଠୁ ବ୍ୟସ୍ତବହୁଳ ରାସ୍ତା ରୂପେ ଶୋଭା ପାଉଥିବା ଏହି ସ୍ଥାନ ସମ୍ପୂର୍ଣ୍ଣ ଖାଁ ଖାଁ ହୋଇପଡିଛି ।

ଉଲ୍ଲେଖଯୋଗ୍ୟ, କରୋନାଭାଇରସ ପ୍ରଭାବରେ ଦିନକୁ ଦିନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.