ଗଞ୍ଜାମ: ବ୍ରହ୍ମପୁର ନିକଟସ୍ଥ କୁକୁଡାଖଣ୍ଡି ବ୍ଲକର ମାଟିଆ ସାହି ଗାଁକୁ କରୋନା ହଟସ୍ପଟ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଭୁବନେଶ୍ୱରର ସଂକ୍ରମିତ ଅଂଚଳରୁ ଏହି ମାଟିଆ ସାହି ଗାଁକୁ ୧୩୦ଜଣ ଶ୍ରମିକ ଯାଇଛନ୍ତି । ଏହି ଘଟଣା ପ୍ରଶାସନର ନଜରକୁ ଆସିବା ପରେ ମାଟିଆ ସାହି ଗାଁକୁ ସମ୍ପୁର୍ଣ୍ଣ ଲକ-ଡାଉନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଁକୁ ପ୍ରବେଶ ଓ ବାହାରିବା ଉପରେ କଟକଣା ଲଗାଯାଇଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଗୋଳନ୍ଥରା ଆଇଆଇସି ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ କରି ଗାଁକୁ ପ୍ରବେଶ ଏବଂ ବାହାରିବା ଉପରେ ପୁରା ନଜର ରଖିଛନ୍ତି । ଏଥିସହ କୁକୁଡାଖଣ୍ଡିର ଅତିରିକ୍ତ ତହସିଲଦାରଙ୍କୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱ ଦିଆଯାଇଛି । କୁକୁଡାଖଣ୍ଡିର ତହସିଲଦାର ଏହି ସମ୍ପୁର୍ଣ୍ଣ ଲକ-ଡାଉନ ଉପରେ ନଜର ରଖିଛନ୍ତି ।
BREAKING NEWS
- Malkangiri Tension:ମାଲକାନଗିରିରେ ୫ମ ଥର ପାଇଁ ବଢ଼ିଲା ଇଣ୍ଟରନେଟ୍ କଟକଣା;ଆସନ୍ତାକାଲି ମଧ୍ୟରାତ୍ର…
- Maoists Surrender: ଭୁଶୁଡୁଛି ମାଓଗଡ; ଆତ୍ମସମର୍ପଣ କଲେ ୬ ମହିଳା ସମେତ ୧୦ ମାଓବାଦୀ
- Chief Justice Of India: ଡିସେମ୍ବର ୧୪ରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି
- Myanmar military air strike: ସେନାର ଏୟାର ଷ୍ଟ୍ରାଇକରେ ହସ୍ପିଟାଲ ଧ୍ବଂସ; ୩୪ ମୃତ ଓ ୮୦ଆହତ
- Wood Seized: ୧୦ ଲକ୍ଷ ଟଙ୍କାର ଖଇର ଓ କେନ୍ଦୁ କାଠ ଜବତ
- Two Arrest: ଭିଜିଲାନ୍ସର ପରିଚୟ ଦେଇ ବଡ଼ ବଡ଼ ଅଫିସରଙ୍କୁ ଠକୁଥିବା ଦୁଇ ଅଭିଯୁକ୍ତ ଗିରଫ
- Modi government: ମନରେଗା ଯାେଜନାର ନାମ ପରିବର୍ତ୍ତନ କରିବେ ମୋଦି ସରକାର…
- ବଦଳିବ ‘ମନରେଗା ଯୋଜନା’ ନାଁ, କ୍ୟାବିନେଟ ବୈଠକରେ ମଞ୍ଜୁରୀ
- ରାଜଧାନୀରେ ପୁଣି ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
- ଏକାମ୍ର ଓ୍ଵାକ୍ସରେ ଓଡ଼ିଆ ଭାଷାର ଗୌରବ ଗାଥା ସାହିତ୍ୟ ଟ୍ରେଲ୍ ଏବଂ ଫିଲ୍ମ ସ୍କ୍ରିନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
Comments are closed.